Categories: ଜାତୀୟ

ଘୃଣା ବିସ୍ତାର କରନ୍ତି ହିନ୍ଦୁତ୍ୱବାଦୀ: ରାହୁଲ

ନୂଆଦିଲ୍ଲୀ,୨୫।୧୨: ହିନ୍ଦୁତ୍ୱବାଦୀମାନେ ସବୁବେଳେ ଘୃଣା ବିସ୍ତାର କରି ହିଂସା ଉସୁକାଇଥାଆନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ସବୁ ସମ୍ପ୍ରଦାୟର ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ କରିଛନ୍ତି। ହରିଦ୍ୱାର ବେଦ ନିକେତନ ଧାମରେ ଡିସେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ସଂସଦରେ ଏକ ନିର୍ଦ୍ଦିଷ୍ଟ ସମୁଦାୟ ବିରୋଧରେ ଘୃଣା ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ରାହୁଲ ‘ଭାରତ ହିଂସା ବିରୋଧୀ’ ଏବଂ ‘ହରିଦ୍ୱାର ହେଟ୍‌ ଆସେମ୍ବ୍ଲି’ କହି ଟୁଇଟ୍‌ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ପ୍ରସଙ୍ଗ ଅସ୍ତ୍ର ପାଲଟିଛି।

Share