Posted inଜାତୀୟ

ଫେରିଲା ହିନ୍ଦୁତ୍ୱ ବିବାଦ

ନୂଆଦିଲ୍ଲୀ/ଓ୍ବାର୍ଦ୍ଧା/ସମ୍ଭଲ,୧୩।୧୧: ଅଯୋଧ୍ୟା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ଏବେ ସଫେଇ ଦେବାରେ ଲାଗିଛି। ୬୮ ବର୍ଷୀୟ ଖୁର୍ସିଦ ‘ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନେଶନହୁଡ୍‌ ଇନ୍‌ ଆଓ୍ବାର ଟାଇମ୍ସ’ରେ ହିନ୍ଦୁତ୍ୱକୁ ଆଇଏସ୍‌ ଏବଂ ବୋକୋ ହାରାମ୍‌ ଭଳି ମୌଳବାଦୀ ଇସ୍‌ଲାମୀୟ ଆତଙ୍କବାଦୀ ବା ଜେହାଦୀ ସଙ୍ଗଠନଗୁଡ଼ିକ ସହ ତୁଳନା କରିଛନ୍ତି, ଯାହା ଜାତୀୟ ରାଜନୀତିରେ ଉଷ୍ମତା ଭରିଦେଇଛି। ଅନ୍ୟପକ୍ଷେ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ମୁସଲିମ୍‌ ଭୋଟ ହାତେଇବା ପାଇଁ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଭାଜପା ଅଭିଯୋଗ ଆଣିଛି। ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ବିବାଦକୁ ଲମ୍ଫ ମାରିଛନ୍ତି।
ମହାରାଷ୍ଟ୍ରର ଓ୍ବାର୍ଦ୍ଧାସ୍ଥିତ ସେବାଗ୍ରାମ ଆଶ୍ରମରେ ଶୁକ୍ରବାର ଆୟୋଜିତ ଏଆଇସିସି ଓରିଏଣ୍ଟେଶନ ପ୍ରୋଗ୍ରାମ୍‌କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭର୍ଚୁଆଲି ସମ୍ବୋଧିତ କହିଛନ୍ତି, ହିନ୍ଦୁଧର୍ମ ଓ ହିନ୍ଦୁତ୍ୱ ଦୁଇଟି ଭିନ୍ନ ବିଷୟ। ଏହା ମଧ୍ୟରେ ଫରକ୍‌ ରହିଛି। ଯଦି ପ୍ରଭେଦ ନ ଥାନ୍ତା ତେବେ ଦୁଇଟିର ନାମ ଗୋଟିଏ ହୋଇଥାଆନ୍ତା। ହିନ୍ଦୁମାନଙ୍କୁ ହିନ୍ଦୁତ୍ୱର ଆବଶ୍ୟକତା ନ ଥାଆନ୍ତା। ହିନ୍ଦୁତ୍ୱର ନାମ କ’ଣ କୌଣସି ମୁସଲମାନ ବା ଶିଖ୍‌ଙ୍କୁ ହତ୍ୟା କରିବା? ଉପନିଷଦରେ ତ ଏପରି ଉଲ୍ଲେଖ କରାଯାଇ ନାହିଁ। କେଉଁ ବହିରେ ଏହା ଲେଖାଅଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ରାହୁଲଙ୍କ ମତରେ କଂଗ୍ରେସ ଏକ ‘ସୁନ୍ଦର ମୁକ୍ତା’ ସଦୃଶ, ଯହିଁରେ ଅସରନ୍ତି ଶକ୍ତି ଅନ୍ତର୍ନିହିତ ହୋଇ ରହିଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ରାଶିଦ୍‌ ଅଲ୍‌ଭି ୟୁପିର ସମ୍ଭଲରେ ଆୟୋଜିତ କଳ୍କୀ ମହୋତ୍ସବରେ ରାମାୟଣର ଜଣେ ରାକ୍ଷସଙ୍କ ସମ୍ପର୍କରେ ଅବତାରଣା କରି କହିଛନ୍ତି, ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା ସମସ୍ତେ ଋଷି ନୁହନ୍ତି। ତେଣୁ ଜୟ ଶ୍ରୀରାମ କହୁଥିବା ଲୋକଙ୍କ ପ୍ରତି ସତର୍କ ରହିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଟୁଇଟ୍‌ କରି କହିଛନ୍ତି, ଯେଉଁମାନେ ରାମଙ୍କ ନାମ ଧରୁଛନ୍ତି ସେମାନଙ୍କୁ କଂଗ୍ରେସ ନେତା ରାକ୍ଷସ ଭାବେ ଅଭିହିତ କରୁଛନ୍ତି। ରାମଭକ୍ତଙ୍କୁ ନେଇ କଂଗ୍ରେସ ମନରେ କେତେ ବିଷ ଭରିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri