ହିନ୍ଦୁଧର୍ମ ଯୋଗୁ ଏତେ ଆଗେଇଛି

ଓ୍ବାଶିଂଟନ୍‌,୨୦ା୧୧: ହିନ୍ଦୁଧର୍ମ ମୋତେ ସ୍ବାଧୀନତା ଦେଇଥାଏ। ଏହି ଆସ୍ଥା ହିଁ ମୋତେ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ସାମିଲ ହେବା ପାଇଁ ଏତେ ବାଟକୁ ଆଣିଛି ବୋଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍‌ ଆଶାୟୀ ବିବେକ ରାମସ୍ବାମୀ କହିଛନ୍ତି। ୩୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଏଣ୍ଟରପ୍ରିନ୍ୟୁର୍‌ ରାମସ୍ବାମୀ ଶନିବାର ଆୟୋଜିତ ଦି ଫାମିଲି ଲିଡର ଫୋରମର ଏକ କାର୍ଯ୍ୟକ୍ରମରେ କହିଥିଲେ, ସେ ଜଣେ ହିନ୍ଦୁ। ଆମକୁ ଭଗବାନ ଏକ ଉଦ୍ଦେଶ୍ୟରେ ପଠାଇଛନ୍ତି। ଈଶ୍ୱର ସମସ୍ତଙ୍କ ଦେହରେ ଅଛନ୍ତି। ଆମେ ସମସ୍ତେ ସମାନ। ଏହି ଆସ୍ଥା ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଆଣିଛି। ହିନ୍ଦୁଧର୍ମ ତାଙ୍କଠାରେ ମୂଲ୍ୟବୋଧ ଭରିଦେଇଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନେଇ ରାମସ୍ବାମୀ ଗତ ଫେବୃୟାରୀରେ ଘୋଷଣା କରିଥିଲେ।

Share