Categories: ଜାତୀୟ

କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଲେ ଭାଜପା ବିଧାୟକ

ଲକ୍ଷ୍ନୌ,୧୩।୧୦: କର୍‌ଓ୍ବାଚୌଥରେ ମୁସଲମାନ କଳାକାରଙ୍କ ହାତରୁ ମେହେନ୍ଦୀ ନ ଲଗାଇବାକୁ ହିନ୍ଦୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଭାଜପା ବିଧାୟକ ବିକ୍ରମ ସଇନି। ସେ କହିଛନ୍ତି, ମେହେନ୍ଦୀ ଦୋକାନ ଖୋଲୁଥିବା ମୁସଲମାନ ଯୁବକଙ୍କ ଭିନ୍ନ ଉଦ୍ଦେଶ୍ୟ ରହିଛି। ସେମାନଙ୍କ ମନରେ ମେହେନ୍ଦୀ ପ୍ରୟୋଗ କରିବା ନାମରେ ଲଭ ଜିହାଦ ଅଛି। ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି। ହିନ୍ଦୁ ମହିଳାମାନଙ୍କୁ ମୋର ଅନୁରୋଧ ହେଉଛି ଘରେ କିମ୍ବା ହିନ୍ଦୁ କଳାକାରଙ୍କ ଦୋକାନ କିମ୍ବା ବିୟୁଟି ପାର୍ଲରରେ ମେହେନ୍ଦୀ ପ୍ରୟୋଗ କରନ୍ତୁ।
ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ୧୩ଟି ମେହେନ୍ଦୀ ଷ୍ଟଲ ଖୋଲିଛି। ମୁସଲମାନ କଳାକାରମାନେ ହିନ୍ଦୁ ମହିଳାଙ୍କ ହାତରେ ମେହେନ୍ଦୀ ଯେମିତି ପ୍ରୟୋଗ ନ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ଭିଏଚପି ଏହାର ସଦସ୍ୟମାନଙ୍କୁ କହିଛି। ମେହେନ୍ଦୀ କଳାକାରଙ୍କ ଆଧାର କାର୍ଡ ଯାଞ୍ଚ୍‌ କରାଯାଉଛି। ହିନ୍ଦୁ ମହାସଭାର ସଦସ୍ୟ ଲୋକେଶ ସଇନି କହିଛନ୍ତି ଯେ ଏହି ପଦକ୍ଷେପ ହେଉଛି ଆମର ଭାଇ ଓ ଭଉଣୀମାନଙ୍କୁ ଲଭ୍‌ ଜିହାଦ ଶିକାରରୁ ରକ୍ଷା କରିବା।

Share