ହିନ୍ଦୁ ମନ୍ଦିରର କ୍ରମବିକାଶ

ଆମେ ଏବେ ଯେଉଁସବୁ ହିନ୍ଦୁ ମନ୍ଦିର ଦେଖୁଛୁ ତାହା ୫,୦୦୦ ବର୍ଷରୁ ଅଧିକ ପୁରୁଣା ନୁହେଁ। ପ୍ରାଚୀନ କାଳରେ ଲୋକେ ଦେବଦେବୀଙ୍କୁ ବନ୍ଦ ଗୃହରେ କିମ୍ବା ମୂର୍ତ୍ତି ରୂପରେ ପୂଜା କରୁ ନ ଥିଲେ। ଏହା ବଦଳରେ ସେମାନେ ପ୍ରକୃତିରୁ ସିଧାସଳଖ ଦିବ୍ୟତା ଅନୁଭବ କରୁଥିଲେ। ଗଛ, ପ୍ରାଣୀ, ନଦୀ, ପର୍ବତ କିମ୍ବା ଶିଳାଖଣ୍ଡକୁ ପ୍ରକୃତିର ପବିତ୍ର ରୂପ ଭାବେ ଉପାସନା କରାଯାଉଥିଲା। ପାଖାପାଖି ୨୦୦୦ ବର୍ଷ ପୂର୍ବେ ମଥୁରାରେ ଆମେ ପ୍ରଥମେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ଦେଖିବାକୁ ପାଇଥିଲୁ। କୌତୂହଳର ବିଷୟ ହେଉଛି, ସେହି ସମାନ ସମୟରେ କୁଶାଣ ରାଜତ୍ୱ କାଳରେ ମୁଦ୍ରାରେ ଶିବ, ବିଷ୍ଣୁ ଓ ବିଭିନ୍ନ ଦେବୀଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ପ୍ରାୟ ୧୮୦୦ ବର୍ଷ ପୂର୍ବେ ପାଖାପାଖି ଖ୍ରୀଷ୍ଟାବ୍ଦ ୨୦୦ରେ ମଥୁରାରେ ଗଢ଼ାଯାଇଥିବା ବାଲୁକାଶିଳାର ମୂର୍ତ୍ତିଗୁଡ଼ିକ ସ୍ପଷ୍ଟ ଭାବେ ହିନ୍ଦୁ ଦେବଦେବୀଙ୍କ ରୂପ ବୋଲି ଚିହ୍ନି ହେଉଛି। ଏଠାରେ ଆମେ ଶିବଲିଙ୍ଗ, ଅନେକ ସ୍ଥଳରେ ଏଗୁଡ଼ିକ ଉପରେ ମୁହଁ ଖୋଦେଇ ହୋଇଥିବା ( ମୁଖଲିଙ୍ଗ) ଦେଖିବାକୁ ପାଉ। ଏହା ବ୍ୟତୀତ ବିଷ୍ଣୁ, କୃଷ୍ଣ ଏବଂ ବଳରାମଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳେ। ଆମେ ଜାଣିବାରେ ଏଗୁଡ଼ିକୁ ଏଯାବତ୍‌ କୌଣସି ମନ୍ଦିରରେ ରଖାଯାଇ ନାହିଁ, ବରଂ ସେଗୁଡ଼ିକ ଉଦ୍ୟାନ ଏବଂ ନଦୀ କଡ଼ରେ ରଖାଯାଇ ଖୋଲା ଜାଗାରେ ପୂଜା କରାଯାଉଥିଲା। ପ୍ରକୃତି ଉପାସନାରୁ ମୂର୍ତ୍ତି ପୂଜା ପରମ୍ପରାକୁ କିଭଳି ପରିବର୍ତ୍ତନ ଘଟିଛି ତାହା ଏହି ଧାରା ଆମକୁ ସ୍ପଷ୍ଟ କରିଦିଏ।
ପରବର୍ତ୍ତୀ ସମୟରେ ଏହିସବୁ ମୂର୍ତ୍ତିକୁ ମନ୍ଦିର କିମ୍ବା ଗୃହ ମଧ୍ୟରେ ରଖାଯାଇଥିଲା। ଉତ୍ତରପ୍ରଦେଶର ଭିତରଗାଓଁରେ ପାଖାପାଖି ଖ୍ରୀଷ୍ଟାବ୍ଦ ୫୦୦ର ଏକ ଇଟା ନିର୍ମିତ ମନ୍ଦିର ରହିଛି, ଯେଉଁଠାରେ ଏକ ଗର୍ଭଗୃହରେ ମୂର୍ତ୍ତିଗୁଡ଼ିକୁ ରଖାଯାଇଥିଲା। ଏହାସହ ହିମାଳୟ ପରିସଂସ୍ଥାର ପୁନରୁଦ୍ଧାର ପାଇଁ ମଧ୍ୟପ୍ରଦେଶର ନାଚନାରେ ଏକ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ଛାତକୁ ଏକ ପର୍ବତ ଭଳି ଗଢ଼ାଯାଇଛି ଏବଂ ଏହାର ପ୍ରବେଶ ପଥରେ ଦେବୀ ଗଙ୍ଗା ଓ ଯମୁନାଙ୍କ ମୂର୍ତ୍ତି ଖୋଦେଇ କରାଯାଇଛି। ଝାନ୍‌ସୀ ନିକଟରେ ଦେଓଗଡ଼ରେ ପଥର ନିର୍ମିତ ଏକ ପୁରାତନ ବିଷ୍ଣୁ ମନ୍ଦିର ଦେଖିବାକୁ ମିଳେ। ଏହି ମନ୍ଦିରରେ ଅନନ୍ତ ନାଗ ସହ ବିଷ୍ଣୁ ବସିଥିବାର ବିଶାଳ ମୂର୍ତ୍ତି ରହିଛି। ଏହା ସହ ଚତୁର୍ବାହୁ ବିଷ୍ଣୁ ଗରୁଡ଼ ଉପରେ ବସିଥିବା ଏବଂ ରାମ ଓ କୃଷ୍ଣଙ୍କ ଜୀବନୀ ଚିତ୍ର ଦେଖିବାକୁ ମିଳିଥାଏ। ଏସବୁ ହେଉଛି ଶାସ୍ତ୍ରୀୟ ମନ୍ଦିର ସ୍ଥପତିର ଅୟମାରମ୍ଭ।
ଖ୍ରୀଷ୍ଟାବ୍ଦ ୬୦୦ ପରେ ଏହି ଧାରା ଅବ୍ୟାହତ ରହିଥିଲା ଏବଂ ଶିଳାକୁ କାଟି ବିଶାଳ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ସମୟରେ ବାସ୍ତବରେ ବିଶାଳ ତଥା ଆକର୍ଷଣୀୟ କଳାକାରୁକାର୍ଯ୍ୟ ସାମ୍ନାକୁ ଆସିଥିଲା। କର୍ନାଟକରେ ଏଲୋରା ଓ ଏଲିଫ୍ୟାଣ୍ଟ ଗୁମ୍ଫାଗୁଡ଼ିକ ଏବଂ ପଟାଡକାଲର ମନ୍ଦିରଗୁଡ଼ିକ ସହ ଚେନ୍ନାଇ ନିକଟବର୍ତ୍ତୀ ମାମଲ୍ଲପୁରମ୍‌ ଶୋର ମନ୍ଦିରର ଶିଳା ଖୋଦେଇ ବିଷ୍ଣୁ ଓ ଶିବଙ୍କ ଚିତ୍ର ପ୍ରଦର୍ଶନ କରିଥାଏ। ଏସବୁ କେବଳ ଉପାସନାର ସ୍ଥଳ ନ ଥିଲା, ବରଂ ରାଜ ଶାସନର ଘୋଷଣାପତ୍ରଗୁଡ଼ିକୁ ସିଧାସଳଖ ପାହାଡ଼ ଓ ପଥର ଚଟାଣ ଉପରେ ଖୋଦେଇ କରାଯାଇଥିଲା।
ଅଷ୍ଟମ ଶତାବ୍ଦୀ ସୁଦ୍ଧା ଆମେ ଆହୁରି ଅଧିକ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଦେଖିବାକୁ ପାଉ। ଏଲୋରାରେ ଗୋଟିଏ ପଥରକୁ ଖୋଦେଇ କରି କୈଳାସନାଥ ମନ୍ଦିର ନିର୍ମାଣ କରାଯାଇଛି। ଏହି ସମୟରେ ଶିଳା ଖୋଦେଇ ପରିବର୍ତ୍ତେ ପଥରକୁ ପଥର ଯୋଡ଼ି ମନ୍ଦିର ତିଆରି କରିବା ଧାରା ସାମ୍ନାକୁ ଆସିଥିଲା। ଏହା କର୍ନାଟକର ହାମ୍ଫି ଓ ପଟ୍ଟାଡକାଇ ଏବଂ କାଞ୍ଚିପୁରମର କୈଳାସନାଥ ମନ୍ଦିରରେ ଦେଖିବାକୁ ମିଳେ। ପାହାଡ଼ କିମ୍ବା ବିଶାଳ ଶିଳା ଖୋଦେଇ କରିବା ଧାରାରେ ପରିବର୍ତ୍ତନ ଘଟି ପଥର ଯୋଡ଼ି ମନ୍ଦିର ନିର୍ମାଣ କରିବା କଳା ସ୍ଥାୟୀ ସ୍ଥପତି ଶୈଳୀକୁ ସୂଚିତ କରିଥିଲା। ୧୦ମ ଶତାବ୍ଦୀ ସୁଦ୍ଧା ମନ୍ଦିର ସ୍ଥପତିରେ ଜଟିଳ ରୂପ ଦେଖାଯାଇଥିଲା। ଏହି କ୍ରମରେ ଉତ୍ତରଭାରତରେ ବକ୍ରାକାର ‘ନାଗରା’ ଓ ଦକ୍ଷିଣ ଭାରତରେ ପୀରାମିଡ୍‌ ସଦୃଶ ‘ ବିମାନ’ ଶୈଳୀ ସାମ୍ନାକୁ ଆସିଥିଲା। ତାନ୍ତ୍ରିକ ମଣ୍ଡଳକୁ ଆଧାର କରି ମନ୍ଦିରଗୁଡ଼ିକ ନର୍ମାଣ କରାଯାଉଥିଲା। ଏଗୁଡ଼ିକ କେବଳ ଦେବତାଙ୍କ ଆବାସ ଭାବେ କାମ କରୁ ନ ଥିଲା, ବରଂ ରୀତିନୀତି ବା କର୍ମକାଣ୍ଡ ଶକ୍ତିର କେନ୍ଦ୍ର ଭାବେ ରହିଥିଲା। ଏଠାରେ ପୂଜକମାନେ ଧନ , ସୁରକ୍ଷା ଓ ଭାଗ୍ୟ ପାଇଁ ତାନ୍ତ୍ରିକ କର୍ମକାଣ୍ଡ କରୁଥିଲେ। ଏବେ ଆମେ ଦେଖୁଥିବା ଭକ୍ତି ସହିତ ଜଡ଼ିତ ଅଧିକାଂଶ ମନ୍ଦିରଠାରୁ ପ୍ରାଚୀନ ମନ୍ଦିରଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେସବୁ କର୍ମକାଣ୍ଡର ପରୀକ୍ଷଣ କେନ୍ଦ୍ର ଭାବେ କାମ କରୁଥିଲା , ଯେଉଁଠି ବ୍ରହ୍ମାଣ୍ଡ ଶକ୍ତିର କେନ୍ଦ୍ର ପାଇଁ ଜ୍ୟାମିତି, କଳା ଓ ମନ୍ତ୍ରକୁ ଏକାଠି ଉପଯୋଗ କରାଯାଉଥିଲା।
ଭକ୍ତି ଆନ୍ଦୋଳନର ଉତ୍ଥାନ ପରେ ପୁନର୍ବାର ମନ୍ଦିରଗୁଡ଼ିକରେ ପରିବର୍ତ୍ତନ ଆସିଥିଲା। ଗୁପ୍ତ ତାନ୍ତ୍ରିକ କର୍ମକାଣ୍ଡର ଗୁରୁତ୍ୱ ହ୍ରାସ ପାଇବା ସହ ସାର୍ବଜନୀନ ଭାଗୀଦାରି ବୃଦ୍ଧି ପାଇଲା। ଗାଇବା, ନାଚିବା ଏବଂ ବ୍ୟକ୍ତିଗତ ଭାବେ ପୂଜା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଗଲା। ଏଥିପାଇଁ ପୁରୀର ଜଗନ୍ନାଥ ଓ ତାମିଲନାଡୁର ଶ୍ରୀରଙ୍ଗମ ଭଳି ବୈଷ୍ଣବ ମନ୍ଦିର ଅଧିକ ଲୋକପ୍ରିୟ ହୋଇଗଲା। ୧୧ଶ ଶତାବ୍ଦୀରେ ସୋମନାଥ ମନ୍ଦିର ଉପରେ ମହମ୍ମଦ ଗଜନୀ ଆକ୍ରମଣ କରିବା ପରେ ଭାରତରେ ଲୋକଙ୍କ ବିଶ୍ୱାସକୁ ଆଧାର କରି ଅନେକ ମନ୍ଦିର ନିର୍ମାଣ କରାଯାଇଥିଲା। ଉଦାହରଣସ୍ବରୂପ, ୧୧ଶ ଶତାବ୍ଦୀରେ ପ୍ରସିଦ୍ଧ ଖଜୁରାହ ମନ୍ଦିର ନିର୍ମାଣ କରାଯାଇଥିଲା। ତେବେ ବାଣିଜ୍ୟ ପଥ ପରିବର୍ତ୍ତନ ହେବା ଯୋଗୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଲା। ପାଖାପାଖି ଏହି ସମୟରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିର୍ମାଣ ହୋଇଥିଲା। ଆକବରଙ୍କ ରାଜପୁତ ସେନାଧ୍ୟକ୍ଷ ମାନ ସିଂ ଷୋଡ଼ଶ ଶତାବ୍ଦୀରେ ବୃନ୍ଦାବନରେ ଗୋବିନ୍ଦରାଜ ମନ୍ଦିର ନିର୍ମାଣ କରିଥିଲେ, ଯାହାକୁ ୧୭ଶ ଶତାବ୍ଦୀରେ ଆଉରଙ୍ଗଜେବ ଆକ୍ରମଣ କରି ଭାଙ୍ଗିରୁଜି ଦେଇଥିଲେ।
ମନ୍ଦିର ଉପରେ ମୁସଲମାନ ସେନା ଯେତେବେଳେ ଆକ୍ରମଣ କରୁଥିଲେ ସେତେବେଳେ ଲୋକେ ଦେବଦେବୀଙ୍କ ଛୋଟ ମୂର୍ତ୍ତିଗୁଡ଼ିକୁ ମନ୍ଦିରରୁ ନେଇ ନିଜ ଘରେ ରଖିଥିଲେ କିମ୍ବା ରାଜସ୍ଥାନରେ ହାଭେଳି ଶୈଳୀରେ ନିର୍ମିତ ଘରେ ସୁରକ୍ଷିତ ଭାବେ ପୁନଃସ୍ଥାପିତ କରିଥିଲେ। ସପ୍ତଦଶ ଶତାବ୍ଦୀରେ ପଶ୍ଚିମବଙ୍ଗରେ କୃଷ୍ଣଙ୍କ ଟେରାକୋଟା ମନ୍ଦିର ଗଢ଼ାଯାଇଥିଲା, ଯେଉଁଥିରେ ଉଭୟ ପାରମ୍ପରିକ ସ୍ଥାନୀୟ କଳାକୃତି ତଥା ଭକ୍ତିର ପରିପ୍ରକାଶ ଘଟିଥିଲା। ତେବେ ମୋଗଲ ସାମ୍ରାଜ୍ୟର ପତନ ଓ ମରାଠାଙ୍କ ଉତ୍ଥାନ ଯୋଗୁ ଅଧିକ ସଂଖ୍ୟାରେ ନୂଆ ମନ୍ଦିର ନିର୍ମାଣ କରାଯାଇଥିଲା। ଭୋସଁଲେ ଏବଂ ହୋଲ୍‌କାର ଭଳି ଶାସକମାନେ ନାସିକ, ଗ୍ବାଲିୟର ଓ କାଶୀରେ ବିଶେଷକରି ରାମ ମନ୍ଦିର ନିର୍ମାଣ କରିଥିଲେ। ଏହିପରି ଭାବେ ଅନେକ ଶତାବ୍ଦୀ ଧରି ହିନ୍ଦୁ ମନ୍ଦିର ସ୍ଥାୟୀ ହୋଇ ରହିପାରି ନାହିଁ। ଏଥିରେ କ୍ରମବିକାଶ ଘଟିଛି ଏବଂ ଦର୍ଶନରେ ହୋଇଥିବା ପରିବର୍ତ୍ତନ ତଥା ଅନେକ ପ୍ରକାର ଆହ୍ବାନକୁ ସାମ୍ନା କରି ଏହା ତିଷ୍ଠି ରହିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri