ପାକ୍‌ରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ

ନୂଆଦିଲ୍ଲୀ, ୧୨।୧୦: ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ୍‌ ପ୍ରଦେଶର ବାଡିନ୍‌ ଜିଲା କାରିଓ ଘନ୍‌ଓ୍ବାରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପୋଲିସ ମାମଲା ରୁଜୁକରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଶ୍ରୀ ରାମଦେବ ମନ୍ଦିର ଭଙ୍ଗାଯିବା ନେଇ ଅଶୋକ କୁମାରଙ୍କ ଅଭିଯୋଗ କ୍ରମେ ଅଭିଯୁକକ୍ତ ମହମ୍ମଦ ଇସ୍‌ମାଇଲ ଶିଦିଙ୍କୁ ଗିରଫ କରାଯାଇଥିବା ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ୨୪ ଘଣ୍ଟାରେ ଏହାର ତଦନ୍ତ ଶେଷକରି ରିପୋର୍ଟ ଦେବାକୁ କୁହାଯାଇଛି। ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ କରି ଏଭଳି କରାଯାଉଥିବାବେଳେ ଭାରତ ପକ୍ଷରୁ ଏଭଳି ହୀନ କାର୍ଯ୍ୟକୁ ନିନ୍ଦା କରାଯାଇଛି।

Share