Categories: ଜାତୀୟ

ରୀତିନୀତି ବିନା ହିନ୍ଦୁ ବିବାହ ଅମାନ୍ୟ,ସପ୍ତପଦୀ ଅନିବାର୍ଯ୍ୟ: ହାଇକୋର୍ଟ…

ପ୍ରୟାଗରାଜ,୫।୧୦ : ରୀତିନୀତି ବିନା କରାଯାଇଥିବା ହିନ୍ଦୁ ବିବାହକୁ ଅମାନ୍ୟ ବିବେଚନା କରାଯିବ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି। ହିନ୍ଦୁ ବିବାହକୁ ସପ୍ତପଦୀ ବିନା ସମ୍ପୂର୍ଣ୍ଣ ବିବେଚନା କରାଯାଇପାରିବ ନାହିଁ। ଏକ ହିନ୍ଦୁ ବିବାହର ମାନ୍ୟତା ପାଇଁ ସପ୍ତପଦୀ ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି। ସ୍ମୃତି ସିଂଙ୍କ ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଛାଡପତ୍ର ନ ଦେଇ ଦ୍ୱିତୀୟ ଥର ବିବାହ କରିଥିବା ଅଭିଯୋଗ କରି ତାଙ୍କ ସ୍ବାମୀ ଏକ ମାମଲା ଦାୟର କରିଥିଲେ। ଏହି ମାମଲାରେ କୋର୍ଟ ସ୍ମୃତିଙ୍କୁ ଡକାଇଥିଲେ। ସେ ତାଙ୍କ ସ୍ବାମୀଙ୍କ ଦ୍ୱାରା କୋର୍ଟରେ ଦାଖଲ କରିଥିବା ମାମଲାକୁ ଚ୍ୟାଲେଞ୍ଜ କରିଥିଲେ। ସ୍ମୃତିଙ୍କ ଦ୍ୱିତୀୟ ବିବାହ ସପକ୍ଷରେ କୋର୍ଟ କୌଣସି ପ୍ରମାଣ ପାଇ ନ ଥିଲେ।

ସ୍ମୃତି ସିଂଙ୍କ ଆବେଦନ ଶୁଣିବା ପରେ ଜଷ୍ଟିସ ସଞ୍ଜୟ କୁମାର ସିଂ କହିଛନ୍ତି ଉପଯୁକ୍ତ ରୀତିନୀତି ବିନା ହିନ୍ଦୁ ବିବାହ ଅମାନ୍ୟ। କୋର୍ଟ କହିଛନ୍ତି ଯଦି ବିବାହ ବେଆଇନ ତେବେ ଏହା ଆଇନ ଦୃଷ୍ଟିରେ ମଧ୍ୟ ଏହାକୁ ବିବାହ ବୋଲି ବିବେଚନା କରାଯିବ ନାହିଁ। ତେବେ ଏହି ମାମଲାରେ ଏହାର ଅଭାବ ରହିଛି ।

Share