Categories: ଜାତୀୟ

ହିନ୍ଦୁ ଦେବତାଙ୍କୁ ଥଟ୍ଟା ଅଭିଯୋଗ: ଅଭିନେତା ଗିରଫ

ମୁମ୍ବାଇ, ୨୬ା୧: ହିନ୍ଦୁ ଦେବଦେବୀଙ୍କୁ ଥଟ୍ଟା କରିବା ଅଭିଯୋଗରେ ଭାରତୀୟ ହାସ୍ୟ ଅଭିନେତା ମୁନାଓ୍ବର ଫାରୁକିଙ୍କୁ ଗିରଫ କରାଯାଇଛି। ତେବେ ଯେଉଁ ଶୋରେ ସେ ଏପରି କରିଥତ୍ବା ଅଭିଯୋଗ ହୋଇଛି । ସେଠାରେ ସେ ଅ।ଦୌ ଯୋଗ ଦେଇ ନ ଥତ୍ଲେ। ୩ ସପ୍ତାହରୁ ଅଧତ୍କ ଦିନ ଧରି ତାଙ୍କୁ ଗିରଫ କରି ରଖାଯାଇଥତ୍ବାରୁ ତାଙ୍କ ସାଥୀ ଅଭିନେତା, ଓକିଲ ଏବଂ ବିରୋଧୀ ରାଜନୈତିକ ଗୋଷ୍ଠୀ ଗିରଫଦାରିକୁ ବିରୋଧ କରିଛନ୍ତି । ପୋଲିସ ନିକଟରେ କୌଣସି ପ୍ରମାଣ ନ ଥତ୍ବା ସତ୍ତ୍ୱେ ତାଙ୍କୁ କାହିଁକି ଗିରଫ କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି । ନୂଆ ବର୍ଷ ଅବସରରେ ମୁନାଓ୍ବର ଇନ୍ଦୋରର ଏକ କାଫେରେ ଷ୍ଟାଣ୍ଡଅପ୍ କମେଡି କରିବାକୁ ସ୍ଥିର ହୋଇଥତ୍ଲା। ତେବେ ସେ ଶୋ ଅ।ରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଭାଜପା ରାଜନେତାଙ୍କ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥତ୍ଲେ ।ବିନା କୌଣସି ତଦନ୍ତରେ ପୋଲିସ ଗିରଫ କରିଥତ୍ବାବେଳେ ଇନ୍ଦୋର ହାଇକୋର୍ଟରେ ତାଙ୍କୁ ଜାମିନ ମଧ୍ୟ ମିଳି ପାରି ନାହିଁ ।

Share