୩ ଜଣଙ୍କୁ ଉଠାଇନେଲା ବନ ବିଭାଗ: ପ୍ରତିବାଦରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରାଯାଇଛି।
ଦୁଇ ଦିନ ତଳେ ବାଉଁଶପୋଖରୀ ପଞ୍ଚାୟତ ନିକଟସ୍ଥ ଗଡିଆପରା ଜଙ୍ଗଲରେ ଏକ ଚିତାବାଘର ମୃତଦେହ ମିଳିଥିଲା l ହେଲେ ବାଘକୁ ଶିକାର କରାଯାଇଥିବା ସନ୍ଦେହକରି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଗୁରୁବାର ରାତିରେ କର୍ଣ୍ଣପୁର ଗ୍ରାମର ୩ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଥିଲେ। ଏହା ଜାଣିବା ପରେ ଶୁକ୍ରବାର ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷେ ଅପରାଧରେ ଜଡ଼ିତ ନ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଛାଡ଼ି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l