Posted inଖେଳ

ଅଭିଷେକଙ୍କ ସଫଳତା ପଛରେ ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର,୨ା୧(ସ୍ପୋଟର୍‌ସ ବ୍ୟୁରୋ): ବିଗତ ବର୍ଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ପାଇଁ ପଦାର୍ପଣ କରିଥିଲେ ଫରଓ୍ବାର୍ଡ ଖେଳାଳି ଅଭିଷେକ। ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ ଓ ସୁଖଜିତ ସିଂଙ୍କ ସହିତ ଭାରତୀୟ ଫରଓ୍ବାର୍ଡର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ବେଳେ ଚଳିତ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ ଅଛନ୍ତି। ତେବେ ଅଭିଷେକ ଭାରତୀୟ ଦଳ ପକ୍ଷରୁ ତଥା ହକି ଖେଳିବା ଏକ ସଞ୍ଜୋଗ ଥିଲା। ଅଭିଷେକଙ୍କ ଏହି ସଫଳତା ପଛରେ ରହିଛି ଜଣେ ଶିକ୍ଷକଙ୍କ ବଡ ଭୂମିକା। ଜଣେ ହିନ୍ଦୀ ଶିକ୍ଷକ ହକିର ପ୍ରଶିକ୍ଷକ ପାଲଟିଥିବା ବେଳେ ଅଭିଷେକଙ୍କ ପରି ଖେଳାଳିଙ୍କ ସୃଷ୍ଟି ହୋଇଥିଲା। ସାଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇ ଅଭିଷେକ ହକି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ।

ପରବର୍ତ୍ତୀ ସମୟରେ ସାଙ୍ଗ ହକି ଖେଳିବା ଛାଡି ଦେଇଥିଲେ ମଧ୍ୟ ଅଭିଷେକଙ୍କ ଖେଳ ପ୍ରତି ଥିବା ଭଲପାଇବା ତାଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିଥିଲା। ପିଲାଦିନେ ଅଭିଷେକ ଅତ୍ୟନ୍ତ ଦୁଷ୍ଟ ସ୍ବଭାବର ଥିଲେ। ଥରେ ହକି କୋଚ ନ ଥିବା ବେଳେ ଜାମୁ କୋଳି ଗଛ ଉପରୁ ପଡି ନିଜ ହାତ ଭାଙ୍ଗି ଦେଇଥିଲେ। ଏହା ପରେ ପରିବାର ଲୋକଙ୍କ ପକ୍ଷରୁ ହକି ଛାଡିବା ପାଇଁ ଅଭିଷେକଙ୍କ ଉପରେ ରହିଥିଲା ପ୍ରବଳ ଚାପ। ତେବେ କୋଚ୍‌ ସମଶେରଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ହକି ଖେଳିବାକୁ ଅନୁମତି ଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ପାଲଟିଥିଲା ଇତିହାସ।

ଅଭିଷେକ ଭାରତୀୟ ଦଳ ପାଇଁ ୨୮ ଅନ୍ତର୍ଜାତୀୟ ମୁକାବିଲାରେ ୧୧ ଗୋଲ ସ୍କୋର କରିଛନ୍ତି। ଅଭିଷେକଙ୍କ କୋଚ ସମଶେର ପ୍ରାରମ୍ଭରୁ ଜଣେ ହିନ୍ଦୀ ଶିକ୍ଷକ ଭାବରେ ସୋନିପତର ସିଆରଜେଡ୍‌ ସ୍କୁଲରେ ଯୋଗ ଦେଇଥିଲେ। ସେ ସମୟରେ ସ୍କୁଲରେ ହକି ପାଇଁ କୋଚିଂ ଷ୍ଟାଫ୍‌ ମଧ୍ୟ ରହିଥିଲେ। ସମଶେରଙ୍କ ନିକଟରେ ହକିର ସାମାନ୍ୟ ଜ୍ଞାନ ଥିଲେ ମଧ୍ୟ ସେ କେବେ ପ୍ରଶିକ୍ଷଣ ଦେଇ ନ ଥିଲେ। ୨୦୦୫ରେ ସାଇ ପକ୍ଷରୁ ହକି କୋଚିଂ ଷ୍ଟାଫ୍‌ଙ୍କୁ ଛଟେଇ କରାଯିବା ପରେ ହିନ୍ଦୀ ଶିକ୍ଷକ ସମଶେର ସ୍କୁଲ ହକି ଦଳର ଦାୟିତ୍ୱ ନିଅନ୍ତି। ୩ ବର୍ଷ ପରେ ସମାନ ସ୍କୁଲକୁ ଆସନ୍ତି ଅଭିଷେକ। ସମଶେର ଶୃଙ୍ଖଳାକୁ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଏହାର ନଜିର ଏବେ ମଧ୍ୟ ଅଭିଷେକଙ୍କ ଜୀବନରେ ଦେଖିବାକୁ ମିଳିଥାଏ। ଜାତୀୟ ଦଳ ପାଇଁ ଖେଳିବା ପରେ ମଧ୍ୟ ଅଭିଷେକଙ୍କ ଆଚାର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଅନ୍ୟ ଖେଳାଳିମାନେ କୁହନ୍ତି ବୋଲି ସମଶେର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri