ହିନ୍ଦୀ, ସଂସ୍କୃତ ଶିକ୍ଷକରେ ଚାଲିଛି ପାଠପଢ଼ା

ରୂପ୍‌ସା,୨୮।୬(ବାଞ୍ଛାନିଧି ଦେ): ୧୯୮୧ରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡ଼ା ପଞ୍ଚାୟତ ବାରାପାଳ ଗ୍ରାମର ଉଦୟନାଥ ମହାପାତ୍ର ଉଚ୍ଚ ବିଦ୍ୟାନିକେତନକୁ ଏବେ ୫-ଟି ଅନୁଦାନ ମିଳିଛି। ହେଲେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି।
ଏହି ବିଦ୍ୟାଳୟ ଉପରେ ରାଉତପଡ଼ା, ଗଡ଼ପଦା ଓ ଦୁଧହଂସା ପଞ୍ଚାୟତର ୩୦ଟି ଗାଁର ପିଲା ନିର୍ଭର କରନ୍ତି। ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୭୪ ଓ ଦଶମ ଶ୍ରେଣୀରେ ୭୮ ମିଶି ମୋଟ ୧୫୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲା ଅଛନ୍ତି। କିନ୍ତୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ଦ୍ୱାରା ଏଠାରେ ଚାଲିଛି ପାଠପଢ଼ା। ସରକାରଙ୍କ ୫-ଟି ବ୍ୟବସ୍ଥା ଏଠି ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଭାବକ ମହଲରୁ ଅଭିଯୋଗ ହୋଇଛି। ୬ଜଣ ଶିକ୍ଷକଙ୍କ ଅବସର ପରେ ଦୀର୍ଘଦିନରୁ ୨ଜଣ ବିଜ୍ଞାନ ଶିକ୍ଷକ, ୩ଜଣ କଳା ବିଭାଗ ଶିକ୍ଷକ ଓ ଜଣେ କ୍ରୀଡ଼ା ଶିକ୍ଷକଙ୍କ ସମେତ ଜଣେ କିରାଣି, ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଫାଙ୍କା ପଡ଼ିଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ତରଫରୁ ରାଜ୍ୟପାଳ, ଜିଲାପାଳ, ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଫଳ ଶୂନ। ୫-ଟି ଅନୁଦାନରେ ବିଦ୍ୟାଳୟ ଗୃହ ଉପରେ ଚକ ଚକ ଦିଶୁଥିଲେ ହେଁ ଶିକ୍ଷାଦାନ କ୍ଷେତ୍ରରେ ଭିତରେ ଫମ୍ପା ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେଶ୍ୱର ମହାପାତ୍ର କହନ୍ତି, ୭ା୬ା୧୯୯୪ ସୁଦ୍ଧା ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରାଯାଇଛି। ଆମ ବିଦ୍ୟାଳୟ ୧ା୬ା୧୯୯୪ରେ ପୂର୍ଣ୍ଣ ଅନୁଦାନ ପାଇଥିବା ସ୍ଥଳେ ଅଦ୍ୟାବଧି ଏହା ସରକାରୀକରଣ ନ ହେବା ଦୁଃଖର ବିଷୟ। ଦଶମ ଶ୍ରେଣୀ ଛାତ୍ର ମୟୂରେଶ ପାଣିଗ୍ରାହୀ, ଦୀପ୍ତରାଗ ଦେ କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ଓଡ଼ିଆ, ଇଂଲିଶ, ଗଣିତ, ବିଜ୍ଞାନ ଆଦି ବିଷୟରେ ପାଠପଢ଼ା ହୋଇପାରୁନି। ୨୦୨୪ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ସରକାର ତୁରନ୍ତ ସମସ୍ତ ଶିକ୍ଷକ ନିଯୁକ୍ତି କରନ୍ତୁ।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା ଶିକ୍ଷକ ଓ କର୍ମଚାରୀ ଅଭାବ ସମ୍ପର୍କରେ ସରକାର ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା କହିଛନ୍ତି। ପିଲାଙ୍କ ଭବିଷ୍ୟତ ପାଇଁ ସ୍କୁଲ ଖୋଲିବା ମାତ୍ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଭାବକ ଯୋଗେନ୍ଦ୍ର ଦାସ, ବରେନ୍ଦ୍ର ପରିଡ଼ା, ମଧୁସୂଦନ ଦାସ, କାର୍ତ୍ତିକ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?