ରୂପ୍ସା,୨୮।୬(ବାଞ୍ଛାନିଧି ଦେ): ୧୯୮୧ରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର ଜିଲା ରୂପ୍ସା ଥାନା ରାଉତପଡ଼ା ପଞ୍ଚାୟତ ବାରାପାଳ ଗ୍ରାମର ଉଦୟନାଥ ମହାପାତ୍ର ଉଚ୍ଚ ବିଦ୍ୟାନିକେତନକୁ ଏବେ ୫-ଟି ଅନୁଦାନ ମିଳିଛି। ହେଲେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି।
ଏହି ବିଦ୍ୟାଳୟ ଉପରେ ରାଉତପଡ଼ା, ଗଡ଼ପଦା ଓ ଦୁଧହଂସା ପଞ୍ଚାୟତର ୩୦ଟି ଗାଁର ପିଲା ନିର୍ଭର କରନ୍ତି। ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୭୪ ଓ ଦଶମ ଶ୍ରେଣୀରେ ୭୮ ମିଶି ମୋଟ ୧୫୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଆଦିବାସୀ, ହରିଜନ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲା ଅଛନ୍ତି। କିନ୍ତୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ଦ୍ୱାରା ଏଠାରେ ଚାଲିଛି ପାଠପଢ଼ା। ସରକାରଙ୍କ ୫-ଟି ବ୍ୟବସ୍ଥା ଏଠି ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଭାବକ ମହଲରୁ ଅଭିଯୋଗ ହୋଇଛି। ୬ଜଣ ଶିକ୍ଷକଙ୍କ ଅବସର ପରେ ଦୀର୍ଘଦିନରୁ ୨ଜଣ ବିଜ୍ଞାନ ଶିକ୍ଷକ, ୩ଜଣ କଳା ବିଭାଗ ଶିକ୍ଷକ ଓ ଜଣେ କ୍ରୀଡ଼ା ଶିକ୍ଷକଙ୍କ ସମେତ ଜଣେ କିରାଣି, ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଫାଙ୍କା ପଡ଼ିଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ତରଫରୁ ରାଜ୍ୟପାଳ, ଜିଲାପାଳ, ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଫଳ ଶୂନ। ୫-ଟି ଅନୁଦାନରେ ବିଦ୍ୟାଳୟ ଗୃହ ଉପରେ ଚକ ଚକ ଦିଶୁଥିଲେ ହେଁ ଶିକ୍ଷାଦାନ କ୍ଷେତ୍ରରେ ଭିତରେ ଫମ୍ପା ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗେଶ୍ୱର ମହାପାତ୍ର କହନ୍ତି, ୭ା୬ା୧୯୯୪ ସୁଦ୍ଧା ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରାଯାଇଛି। ଆମ ବିଦ୍ୟାଳୟ ୧ା୬ା୧୯୯୪ରେ ପୂର୍ଣ୍ଣ ଅନୁଦାନ ପାଇଥିବା ସ୍ଥଳେ ଅଦ୍ୟାବଧି ଏହା ସରକାରୀକରଣ ନ ହେବା ଦୁଃଖର ବିଷୟ। ଦଶମ ଶ୍ରେଣୀ ଛାତ୍ର ମୟୂରେଶ ପାଣିଗ୍ରାହୀ, ଦୀପ୍ତରାଗ ଦେ କହିଛନ୍ତି, ଶିକ୍ଷକ ଅଭାବ ଯୋଗୁ ଓଡ଼ିଆ, ଇଂଲିଶ, ଗଣିତ, ବିଜ୍ଞାନ ଆଦି ବିଷୟରେ ପାଠପଢ଼ା ହୋଇପାରୁନି। ୨୦୨୪ ବୋର୍ଡ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ସରକାର ତୁରନ୍ତ ସମସ୍ତ ଶିକ୍ଷକ ନିଯୁକ୍ତି କରନ୍ତୁ।
ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା ଶିକ୍ଷକ ଓ କର୍ମଚାରୀ ଅଭାବ ସମ୍ପର୍କରେ ସରକାର ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା କହିଛନ୍ତି। ପିଲାଙ୍କ ଭବିଷ୍ୟତ ପାଇଁ ସ୍କୁଲ ଖୋଲିବା ମାତ୍ରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଭାବକ ଯୋଗେନ୍ଦ୍ର ଦାସ, ବରେନ୍ଦ୍ର ପରିଡ଼ା, ମଧୁସୂଦନ ଦାସ, କାର୍ତ୍ତିକ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ
ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...
୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ
ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...
ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ଖେଳାଯିବ। ଏନେଇ ଦୁଇ ଦଳର...
ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…
ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...
ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..
ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...
ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...
ଗାଁକୁ ଫେରିବା ବେଳେ ବାଇକ୍କୁ ଧକ୍କାଦେଲା ବୁଲେଟ୍, ଚାଲିଗଲା ସଳିତା ବିକାଳିଙ୍କ ଜୀବନ
ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...
ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ
କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...
Archives


