ନୟାଗଡ଼ ଏସ୍‌ପିଙ୍କ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ରେ ହିନ୍ଦୀ କବିତାକୁ ନେଇ ଝଡ଼

ନୟାଗଡ଼,୧୭।୨(ଲୋକନାଥ ମିଶ୍ର): ନୟାଗଡ଼ ଏସ୍‌ପିଙ୍କ ପାଇଁ ଉଦ୍ଦିଷ୍ଟ ଫେସ୍‌ବୁକ୍‌ ହ୍ୟାଣ୍ଡେଲ୍‌ (ଆକାଉଣ୍ଟ)ରେ ପୂର୍ବତନ ଏସ୍‌ପି ରାହୁଲ ଜୈନ ୨୦୨୪ ଜୁନ୍‌ ୬ରେ ହିନ୍ଦୀରେ କବିତା ପୋଷ୍ଟ କରିବା ପରଠୁ ଝଡ଼ ସୃଷ୍ଟି ହୋଇଛି। ଜିଲା ପୋଲିସ ପ୍ରଶାସନର ଏହି ସୋସିଆଲ ମିଡିଆ ଆକାଉଣ୍ଟକୁ ଜୈନ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏନେଇ ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’(ପୂର୍ବର ଟୁଇଟର)ରେ ଜୈନଙ୍କୁ ସମାଲୋଚନା କରାଯିବା ସହ ଓଡ଼ିଶାର ମାତୃଭାଷା ଓଡ଼ିଆର ସମ୍ମାନ ବୃଦ୍ଧି ପାଇଁ ସ୍ବର ଉଠିଛି। ଶକ୍ତିପ୍ରସାଦ ନାମକ ଜଣେ ବ୍ୟକ୍ତି ପ୍ରଥମେ ‘ଏକ୍ସ’ରେ ଏହି ପ୍ରସଙ୍ଗ ଉଠାଇ ପ୍ରତିବାଦ କରିବା ପରେ ବହୁ ୟୁଜର୍ସ ଏଥିରେ ସାମିଲ ହୋଇଛନ୍ତି।
ଶକ୍ତିପ୍ରସାଦ ନିଜ ‘ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ହିନ୍ଦୀ ଓଡ଼ିଶାର ଆଧିକାରିକ ଭାଷା ନୁହେଁ। ଏଣୁ ଏସ୍‌ପି ରାହୁଲ ଜୈନ ତାଙ୍କ କାବ୍ୟ କବିତା ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ସୀମିତ ରଖନ୍ତୁ। ସରକାରୀ ଆକାଉଣ୍ଟରେ ହିନ୍ଦୀରେ ଲେଖିବା ବନ୍ଦ କରନ୍ତୁ। ପୋଲିସ ଆଇନଶୃଙ୍ଖଳା ପାଇଁ ଅଛି। ପୋଲିସ ନିଜେ ଆଇନ ଭାଙ୍ଗିଲେ ଅନ୍ୟକୁ କ’ଣ କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ସମାଲୋଚନା ପରେ ମଧ୍ୟ ଉକ୍ତ ସରକାରୀ ଆକାଉଣ୍ଟରୁ ତତ୍କାଳୀନ ଏସ୍‌ପି ଜୈନ କବିତା ଅପସାରଣ କରି ନ ଥିଲେ। ବରଂ ଶକ୍ତିପ୍ରସାଦଙ୍କ ଆକାଉଣ୍ଟକୁ ବ୍ଲକ୍‌ ପାଇଁ ଜଣେ ଡିଏସ୍‌ପି (ଆଇୟୁସିଏଡବ୍ଲ୍ୟୁ) ହେମନ୍ତ ରାଓ ‘ଏକ୍ସ’ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ।
ଡିଏସ୍‌ପି ହେମନ୍ତ ରାଓ ପୋଲିସର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ଏକ୍ସର ଅଧିକାରୀମାନେ ହିନ୍ଦୀ ଭାଷା ଉପରେ କୌଣସି କଟକଣା ଜାରି କରିନାହାନ୍ତି, ଯାହାର ସୁଯୋଗ ନେଇ ଶକ୍ତିପ୍ରସାଦ ପୋଲିସ ବିରୋଧରେ ଘୃଣା ମନ୍ତବ୍ୟ ଦେଇଛନ୍ତି। ଶକ୍ତିପ୍ରସାଦଙ୍କ ମନ୍ତବ୍ୟ ପୋଲିିସର ଭାବମୂର୍ତ୍ତି କ୍ଷୁଣ୍ଣ କରିଥିବାରୁ ଆକାଉଣ୍ଟକୁ ବ୍ଲକ୍‌ କରିବା ପାଇଁ ଏକ୍ସ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲୁ ବୋଲି ସେ ଉଲ୍ଲେଖ କରିଛନ୍ତି।
ତେବେ ପୋଲିସର କାର୍ଯ୍ୟଧାରାରେ ଶକ୍ତିପ୍ରସାଦ ଚୁପ୍‌ ନ ରହି ସମାଲୋଚନାକୁ ତ୍ୱରାନ୍ବିତ କରିଛନ୍ତି। ପୋଲିସର ଏଭଳି ଆଭିମୁଖ୍ୟକୁ ସେ ବ୍ରିଟିଶ୍‌ ଶାସନ ସହ ତୁଳନା କରି ଲେଖିଛନ୍ତି ଯେ, ଜଣେ ହିନ୍ଦିଆ କର୍ମଚାରୀ ଦୋଷ କଲେ। ତଦନ୍ତ ନାଟକ କରି ଆଉ ଜଣେ କର୍ମଚାରୀ ଦୋଷ ଘୋଡ଼େଇଲେ। ଗଣତନ୍ତ୍ରରେ ଗଣର ତଣ୍ଟି ଚିପିଦେଲେ ସେମାନେ ଆଉ ସ୍ବର ଉତ୍ତୋଳନ କରିବେ ନାହିଁ ବୋଲି ଭାବିବା ଭୁଲ୍‌। ଶକ୍ତିପ୍ରସାଦ ପୁଣି ଲେଖିଛନ୍ତି, ବାବୁମାନଙ୍କୁ ଡିଜିପି କୁହନ୍ତୁ, କବିତ୍ୱକୁ ନିଜର ବ୍ୟକ୍ତିଗତ ଆକାଉଣ୍ଟରେ ସୀମିତ ରଖିବେ। ସରକାରୀ ଟଙ୍କା ଖର୍ଚ୍ଚ କରି କବିତ୍ୱ ଦେଖେଇ ଲୋକଙ୍କୁ ବ୍ଲକ୍‌ କରିବା ଠିକ୍‌ ନୁହେଁ। ନିଜ ଭାଷା ପାଇଁ ସ୍ବର ଉତ୍ତୋଳନ କରିବା ଘୃଣାର ମଞ୍ଜି ବୁଣେନାହିଁ। ବରଂ ଓଡ଼ିଶାରେ ହିନ୍ଦୀ ଲଦିବା ଘୃଣାର ମଞ୍ଜି ବୁଣେ। ଓଡ଼ିଶା ସରକାରଙ୍କ ଅଧୀନ ଜଣେ କର୍ମଚାରୀ ହିନ୍ଦୀରେ କାହିଁକି ଲେଖିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅନ୍ୟତମ ‘ଏକ୍ସ’ ୟୁଜର ମଧୁସୂଦନ ପ୍ରତିକ୍ରିୟାରେ ଲେଖିଛନ୍ତି, ଆମେ ଜାଣି ନ ଥିଲୁ ଏହା ନୟାଗଡ଼ ଏସ୍‌ପିଙ୍କର ପର୍ସନାଲ ହ୍ୟାଣ୍ଡେଲ। କ୍ଷମା କରିବେ ଆଜ୍ଞା। ଭୁଲ୍‌ରେ ସତଗୁଡ଼ାକ କହିଦେଲୁ। ସତ କହିଲେ ମୁଣ୍ଡ କଟା ହୋଇଯିବ। ‘ଏକ୍ସ’ ୟୁଜର ଉକତ୍ଳବାସୀ ଦର୍ଶାଇଛନ୍ତି, କର୍ନାଟକ ବା ତାମିଲନାଡୁ ପୋଲିସ କେବେହେଲେ ଏଭଳି ମନ୍ତବ୍ୟ ଦେବେ ନାହିଁ। କାରଣ ସେମାନେ ନିଜ ମାତୃଭାଷାକୁ ଭଲ ପାଇଥାନ୍ତିି। ଅଭିଷେକ ଦାଶ ଏକ୍ସରେ ଲେଖିଛନ୍ତି, ପୋଲିସର ଉତ୍ତର ଗ୍ରହଣୀୟ ନୁହେଁ। ନିଜର ମାତୃଭାଷା ପାଇଁ ନିଜତ୍ୱ ପ୍ରକାଶ କରିବା ଓ ଅଧିକାର ପାଇଁ ଲଢ଼େଇ କରିବା ସମାଜରେ କିପରି ଘୃଣାଭାବ ସୃଷ୍ଟି କରେ, ଭୁଲ୍‌କୁ ସଂଶୋଧନ କରିବା ବଦଳରେ ପୋଲିସ ପାଟି ଚୁପ୍‌ କରିବାକୁ ଉଦ୍ୟମ କରୁଛି। ‘ଏକ୍ସ’ ୟୁଜର ଜୟଜିତ ପାଣି ଲେଖିଛନ୍ତି, ତାମିଲମାନେ ମହାନ୍‌। ନିଜ ରାଜ୍ୟରେ ହିନ୍ଦିଆମାନଙ୍କୁ ଗୋଡ଼ ତଳେ ରଖିଛନ୍ତି। ମୂର୍ଖଙ୍କୁ ଉଚିତ ଶିକ୍ଷା ନ ଦେଲେ ସେମାନେ ନୟାଗଡ଼ ପୋଲିସ ଭଳି ମୁଣ୍ଡକୁ ଚଢ଼ିବେ। ସାନୁ ନାମକ ‘ଏକ୍ସ’ ୟୁଜର ଲେଖିଛନ୍ତି, ଆଗକୁ ରାଜ୍ୟରେ ହିନ୍ଦୀର ଗୋଲାମୀ ପାଇଁ ପ୍ରସ୍ତୁତି ଆରମ୍ଭ। ଅନ୍ୟତମ ୟୁଜର ରଘୁନାଥ ଦର୍ଶାଇଛନ୍ତି, ଓଡ଼ିଶାରେ ଓଡ଼ିଆ ପାଇଁ ସ୍ବର ଉତ୍ତୋଳନ କଲେ ଏଇ ଅବସ୍ଥା। ଆମେ କ’ଣ ସେଇ ଓଡ଼ିଆ ଖାରବେଳଙ୍କ ଜାତିର ଦାୟାଦ ବୋଲି ପ୍ରଶ୍ନ କରିଛନ୍ତି। ଏହିପରି ଅନେକେ ‘ଏକ୍ସ’ରେ ଓଡ଼ିଆ ଭାଷାକୁ ସମର୍ଥନ କରି ନିଜ ନିଜର ମତ ଉପସ୍ଥାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri