ପୁଣି ଟେଲି ପରଦାକୁ ଫେରୁଛନ୍ତି ହିନା !

ବମ୍ବେ: ପୁଣି ଟେଲି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ଥିଲେ ସେ। ଏବେ ସେ ସେଠାରୁ ଫେରି ଛୁଟି କଟାଉଛନ୍ତି। ତେବେ ଦର୍ଶକେ ତାଙ୍କୁ ଖୁବ୍‌ଶୀଘ୍ର ଟେଲି ପରଦାରେ ଦେଖିବେ। ସେ କଣ୍ଠଶିଳ୍ପୀ ମିକା ସିଂଙ୍କ ପାଇଁ ତାଙ୍କ ଶୋ’ ‘ମିକା ଦି ବୋଟି’ରେ ଜୀବନସାଥୀ ଖୋଜିବାରେ ସାହାଯ୍ୟ କରିବେ। ମିକାଙ୍କ ସ୍ବୟଂମ୍ବରକୁ ନେଇ ଆୟୋଜିତ ଏହି ଶୋ’ରେ ହିନା ଅତିଥି ଭାବେ ନଜର ଆସିବେ। ସେ ଗାୟକଙ୍କୁ ନିଜ ଜୀବନସାଥୀ ଖୋଜିବାରେ ସହାୟତା କରିବେ।

Share