Categories: ଜାତୀୟ

ଆସାମ ମୁଖ୍ୟମନ୍ତ୍ରୀ ଦୌଡ଼ରେ ହିମନ୍ତ ଆଗରେ

ନୂଆଦିଲ୍ଲୀ, ୯।୫(ପି.ଟି.): ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଶନିବାର ଦୁଇ ମୁଖ୍ୟ ଦାବିଦାର ସର୍ବାନନ୍ଦ ସୋନୋଓ୍ବାଲ୍‌ ଏବଂ ହିମନ୍ତ ବିଶ୍ୱ ଶର୍ମା ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଭେଟିଛନ୍ତି। ସେମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟି ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ହିମନ୍ତ ଆଗରେ ଥିବା ଏକ ସୂତ୍ରରୁ ଜଣାପଡ଼ିଛି। ରବିବାର ଗୁଆହାଟୀରେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ବୈଠକ ବସି ନେତା ଚୟନ କରାଯିବ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଉକ୍ତ ବୈଠକରେ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଭାଜପା କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ସୋନୋଓ୍ବାଲ ଏବଂ ମନ୍ତ୍ରୀ ହିମନ୍ତଙ୍କୁ ଆଲୋଚନା ପାଇଁ ନୂଆଦିଲ୍ଲୀ ଡାକିଥିଲେ।

Share