Categories: ଜାତୀୟ

ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, ବାମପନ୍ଥୀମାନେ କରିଛନ୍ତି ଏପଟ ସେପଟ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ

ଗୁଆହାଟି,୮ ।୧: ‘ଦେଶରେ ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, କାରଣ ବାମପନ୍ଥୀମାନେ ସବୁବେଳେ ଆମ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରିଛନ୍ତି ।’ ଏହି ବୟାନ ଦେଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା । ଯେଉଁଠାରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ରହିଛି । ହିମନ୍ତ ବିଶ୍ୱା ସରମା ବାମପନ୍ଥୀ ଐତିହାସିକଙ୍କ ଉପରେ ଭାରତୀୟ ଇତିହାସକୁ ପରାଜୟ ଓ ସମର୍ପଣର କାହାଣୀ ବୋଲି କହି ଏହାକୁ ‘ବିକୃତ’ କରିଥିବା ଅଭିଯୋଗ ଆଣିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସରମା କହିଛନ୍ତି, ଦେଶର ବିଜୟଗାଥାକୁ ଉପସ୍ଥାପନ କରିବାକୁ ଇତିହାସକୁ ପୁଣିଥିରେ ଲେଖିବାର ଆବଶ୍ୟକତା ରହିଛି । ହିମନ୍ତ ବିଶ୍ୱା ସରମା ବାମପନ୍ଥୀଙ୍କ ଉପରେ ଏହା ବି ଅଭିଯୋଗ ଆଣିଛନ୍ତି କି ବାମପନ୍ଥୀ ବିଚାରଧାରାର ଲୋକେ ଦଶକ ଦଶକ ଧରି ରାଜ୍ୟକୁ ଭାଷାର ଆଧାରରେ ବିଭାଜିତ କରିବାକୁ ଚେଷ୍ଟା କରି ଚାଲିଛନ୍ତି । ଲୋକେ ସେମାନଙ୍କର ଧାର୍ମିକ ସମାନତାକୁ ଗ୍ରହଣ କରି ଏହି ପ୍ରୟାସକୁ ହରାଇବା ଦରକାର ।

Share