ଶୁଟିଂ ସମୟରେ ଅସୁସ୍ଥ ହେଲେ ବିଗ୍‌ ବସ୍‌ ଫେମ୍‌ ହିମାଂଶି

ମୁମ୍ବାଇ: ଟେଲିଭିଜନ୍‌ର ପପୁଲାର ଶୋ’ ବିଗ୍‌ ବସ୍‌-୧୩ରୁ ବେଶ୍‌ ଲୋକପ୍ରିୟ ହୋଇଥିବା ପଞ୍ଜାବୀ ଅଭିନେତ୍ରୀ ହିମାଂଶି ଖୁରାନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହିମାଂଶିଙ୍କୁ ରୋମାନିଆର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ଜ୍ୱର ଏବଂ ନାକରୁ ରକ୍ତ ବାହାରିବା କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡ଼ିଛି। ନିଜର ଅପ୍‌କମିଂ ଫିଲ୍ମ ‘ଫତୋ ଦେ ୟାର ବଡେ ନେ’ର ଶୁଟିଂରେ ହିମାଂଶି ଏବେ ବ୍ୟସ୍ତ ଥିବା ବେଳେ ଏହି ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନା ମୁତାବକ, ପ୍ରବଳ ଥଣ୍ଡାରେ ରୋମାନିଆରେ ଫିଲ୍ମର ଏକ ଦୃଶ୍ୟ ପାଇଁ ହିମାଂଶିଙ୍କୁ ଶୁଟିଂ କରିବାକୁ ପଡ଼ିଥିଲା। ଯେତେବେଳେ ସେ ଶୁଟିଂ କରୁଥିଲେ ସେତେବେଳେ ସେଠାରେ ମାଇନସ୍‌ ୭ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରହିଥିଲା। ଏଥିଯୋଗୁ ଅଭିନେତ୍ରୀ ଜଣଙ୍କୁ ପ୍ରବଳ ଜ୍ୱର ହେବା ସହ ନାକରୁ ରକ୍ତ ବାହାରିଥିଲା। କୁହାଯାଉଛି, ଜ୍ୱର ହେବା ପରେ ବି ସେ ଲଗାତର ଶୁଟିଂ କରୁଥିଲେ। ହେଲେ ଅତ୍ୟଧିକ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share