Categories: ଜାତୀୟ

ହିମାଚଳର ସମସ୍ତ ଅନ୍ତର୍ଜାତୀୟ ସୀମା ସିଲ

ଚଣ୍ଡିଗଡ଼,୯ ।୫: ହିମାଚଳ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ହଠାତ୍ ରବିବାର ସମସ୍ତ ଅନ୍ତର୍ଜାତୀୟ ସୀମାକୁ ସିଲ୍ କରି ଦେଇଛନ୍ତି । ଏହାସହ ପୋଲିସକୁ ସବୁଠି ଚେକିଂ କରିବାକୁ କୁହାଯାଇଛି । ଡିଜିପି କହିଛନ୍ତି ରାଜ୍ୟକୁ ଆସୁଥିବା ସମସ୍ତ ଗାଡିକୁ ତନ୍ନତନ୍ନ କରି ଚେକ୍ କରାଯିବ । ଏହାସହ ପାଟ୍ରୋଲିଂକୁ ବି ବଢାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଧର୍ମଶାଳାରେ ବିଧାନସଭା ଗେଟରେ ଖଲିସ୍ତାନୀ ପତାକା ଲାଗିଥିବାରୁ ସରକାର ଆକ୍ସନ ମୁଡକୁ ଚାଲି ଆସିଛନ୍ତି । ବିଧାନସଭା ପରିସରରେ ଥିବା ଗେଟ ଓ ପାଚେରିରେ ଖଲିସ୍ତାନ ସମର୍ଥକ ଚିତ୍ର ବି ଆଙ୍କିଛନ୍ତି । ଏହାପରେ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ବଢାଇ ଦିଆଯାଇଛି ।

Share