Categories: ଜାତୀୟ

ହିମାଚଳରେ ଟଳିନି ସୁଖୁ ସରକାରଙ୍କ ସଙ୍କଟ, ବିଦ୍ରୋହୀଙ୍କ ଯୋଗାଯୋଗରେ ଅଛନ୍ତି ଅନେକ ବିଧାୟକ

ଶିମ୍‌ଲା,୧।୩: ହିମାଚଳ ପ୍ରଦେଶରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପାଇଁ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୂଚନାନୁସାରେ, କଂଗ୍ରେସ ସରକାର ଏବେ ବି ବିପଦରେ ଅଛନ୍ତି। ଅନେକ କଂଗ୍ରେସ ବିଧାୟକ ବିଦ୍ରୋହୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା କଥାବାର୍ତ୍ତା ବିଫଳ ରହିଛି। ମୁଖ୍ୟମନ୍ତ୍ରୀ ବଦଳାଇବା ଉପରେ ବିକ୍ରମାଦିତ୍ୟ ସିଂଙ୍କ କ୍ୟାମ୍ପ ଏବଂ ବିଦ୍ରୋହୀ ଶିବିର ଜିଦ୍‌ ଧରି ବସିଛନ୍ତି।

ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଗୁରୁବାର ମଧ୍ୟରାତ୍ରିରେ ପଞ୍ଚକୁଲାରେ ପହଞ୍ଚିଥିଲେ। ଏଠାରେ ବିକ୍ରମାଦିତ୍ୟ ବିଦ୍ରୋହୀ ବିଧାୟକଙ୍କୁ ଭେଟିଛନ୍ତି। ଅନ୍ୟପଟେ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତୀଭା ସିଂ କହିଛନ୍ତି ଯେ, ସଙ୍କଟ ଟଳିଯାଇଥିବା ନେଇ ଭାବିବା ମୂଖାର୍ମୀ। ବାସ୍ତବରେ ହିମାଚଳ ପ୍ରଦେଶରେ କିଛି ଦିନ ହେବ ରାଜନୈତିକ ଅସ୍ଥିରତା ଚାଲିଛି। ଏଠାରେ ମନ୍ତ୍ରୀ ବିକ୍ରମାଦିତ୍ୟ ଫେବୃଆରୀ ୨୮ରେ ଇସ୍ତଫା ଦେଇଦେଇଥିଲେ। ଆଉ ଅଭିଯୋଗ କରିଥିଲେ ଯେ, କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ରହିଛି ଏବଂ ସେ ମନ୍ତ୍ରୀ ହୋଇଥିଲେ ମଧ୍ୟ ଅପମାନିତ ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି।

Share