Categories: ଜାତୀୟ

କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା

ଶିମଲା,୯।୪: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ୨ଜଣ ବଡ଼ ନେତା ଭାଜପାରେ ସାମିଲ ହୋଇଛନ୍ତି। ଏଏପି ମୁଖ୍ୟ ଅନୁପ କେଶରୀ ଓ ଅନ୍ୟ ୨ଜଣ ନେତା ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ରାଜଧାନୀ ଦିଲ୍ଲୀ ସ୍ଥିତ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଅନୁପ କେଶରୀଙ୍କ ସମେତ ସଂଗଠନର ମହାସଚିବ ସତୀଶ ଠାକୁର ଏବଂ ଜିଲା ପ୍ରମୁଖ ଇକ୍‌ବାଲ ସିଂହଙ୍କୁ ଭାଜପା ସଦସ୍ୟତା ଗ୍ରହଣ କରାଇଥିଲେ। ଏହି ସମୟରେ ସେମାନେ ଏଏପି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି।

Share