Categories: ଜାତୀୟ

ଭାରସାମ୍ୟ ହରାଇ ବୁଦା ଭିତରେ ପଶିଗଲା ରାଜ୍ୟପାଳଙ୍କ କାର

ହାଇଦ୍ରାବାଦ,୧୪।୧୨-ହିମାଚଳପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ସୋମବାର ଦୁର୍ଘଟଣା ହୋଇଛି। ରାଜ୍ୟପାଳ ଓ ତାଙ୍କର ଦୁଇ ସହଯୋଗୀ କାର ଯୋଗେ ହାଇଦ୍ରାବାଦରୁ ନାଲଗୋଣ୍ଡାରେ ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ସେହି ସମୟରେ ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲାରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରୁ ରାଜ୍ୟପାଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପୋଲିସ ସୂଚନା ମୁତାବକ, ରାଜ୍ୟପାଳ କାର ଯୋଗେ ଯାତ୍ରା କରୁଥିଲେ। ହଠାତ୍‌ କାରର ଷ୍ଟିୟରିଂଟି ଲକ ହୋଇଯାଇଥିଲା। ଫଳରେ କାରଟି ରାସ୍ତାର ବାମ ପଟରେ ଥିବା ଏକ ବୁଦା ଭିତରେ ପଶି ଯାଇଥିଲା। ଏହାପରେ ରାଜ୍ୟପାଳଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରିଥିଲେ।

Share