Categories: ଜାତୀୟ

ଆଜି ଇସ୍ତଫା ଦେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ପଠାଇଥିବା ପର୍ଯ୍ୟବେକ୍ଷକଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ସେ ଏ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ନିକଟରେ କୌଣସି ଇସ୍ତଫା ଦାଖଲ କରିନାହାଁନ୍ତି।

ସୂତ୍ରରୁ ପ୍ରକାଶ ଯେ, ସୁଖବିନ୍ଦର ସିଂ ସୁଖ ଆଜି ସା ସୁଦ୍ଧା ରାଜ୍ୟପାଳଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିପାରନ୍ତି।

Share