Categories: ବାଣିଜ୍ୟ

ଆଜିଠୁୁ ହିଲ୍‌ସା ଫୁଡ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ତଥା ପ୍ରିମିୟମ ହୋଟେଲ ଚେନ୍‌ ସ୍ବି ପ୍ରିମିୟର ହୋଟେଲ ଭୁବନେଶ୍ୱରର ଗୁର୍‌ମିତ ରେଷ୍ଟୁରାଣ୍ଟରେ ଶୁକ୍ରବାରଠାରୁ ହିଲ୍‌ସା ଫୁଡ୍‌ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଗୁର୍‌ମିତ ରେଷ୍ଟୁରାଣ୍ଟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ସ୍ବସ୍ତି ପ୍ରିମିୟର ହୋଟେଲ ଭୁବନେଶ୍ୱରର ଜିଏମ୍‌ ସୁମିତ ଦାସଗୁପ୍ତା ହିଲ୍‌ସା ଫୁଡ୍‌ ଫେଷ୍ଟିଭାଲ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବାବେଳେ ଗୁର୍‌ମିତ ରେଷ୍ଟୁରାଣ୍ଟର ମୁଖ୍ୟ ଚେଫ୍‌ ଫେଷ୍ଟିଭାଲ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ସୁଷମ ଖାଦ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଫେଷ୍ଟିଭାଲ ୨୦୨୩ ଜୁନ୍‌ ୩୦ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ସବୁ ବର୍ଗର ଗ୍ରାହକ ଓ ଖାଦ୍ୟପ୍ରେମୀଙ୍କ ପାଇଁ ଉପଲବ୍ଧ ରହିବ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି।

Share