ସବୁଜିମା ହେବ ଲଣ୍ଡା ପାହାଡ଼, ସିଡ୍‌ ବଲ୍‌ ତିଆରିରେ ବ୍ୟସ୍ତ ଆଦିବାସୀ ମହିଳା

ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଗାଁରେ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନ ବୃଦ୍ଧି ପାଉଛି। ଗାଁ ଗାଁରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକମାନେ ଜଙ୍ଗଲ ଉଜୁଡିଲେ ତା’ର କୁପ୍ରଭାବ କିଭଳି ପଡୁଛି ତାହା ଲୋକ ବୁଝିଗଲେଣି। ତେଣୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ଓ ଉଜୁଡିଯାଇଥିବା ଜଙ୍ଗଲକୁ ପୁଣି ସବୁଜିମାରେ ପରିବର୍ତ୍ତନ କରିବାକୁ ଜନଜାତି ସମ୍ପ୍ରଦାୟର ମହିଳାମାନେ ଏବେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ବୃକ୍ଷରୋପଣ କରାଯିବା ସହ ସିଡ୍‌ ବଲ୍‌  ପ୍ରସ୍ତୁତ କରି ତାକୁ ଲଣ୍ଡା ପାହାଡ଼ ସମେତ ଉଜୁଡିଯାଇଥିବା ଜଙ୍ଗଲରେ ପକାଯାଇ ଜଙ୍ଗଲର ପୁନଃରୁଦ୍ଧାର କରାଯାଉଛି। ଏହି ସିଡ୍‌ ବଲ୍‌ ପ୍ରସ୍ତୁତିରେ ଜୈବିକ ପଦ୍ଧତିରେ ତଥା ମାଟି ଏବଂ କମ୍ପୋଷ୍ଟ ସହିତ ପ୍ରସ୍ତୁତ କରାଯାଉଛି।

ଏହି ସିଡ୍‌ ବଲ୍‌ ଜଙ୍ଗଲ ସଂରକ୍ଷଣ ଏବଂ ପୁନଃବନୀକରଣ ପାଇଁ ଏକ ସରଳ କିନ୍ତୁ ପ୍ରଭାବଶାଳୀ ବୋଲି ସ୍ଥାନୀୟ ଜନଜାତି ମହିଳାମାନେ ମତ ପ୍ରକାଶ କରିଛନ୍ତି। ସେହିପରି ଉକ୍ତ ସିଡ୍‌ ବଲ୍‌ଗୁଡିକ ଖରାପ ଜଳବାୟୁରୁ ବିହନକୁ ସୁରକ୍ଷା ଦେବା ସହ ପରିବେଶରେ ବଲ୍‌ଗୁଡ଼ିକ ବିଛାଡ଼ି ପକାଇଲେ ସେଗୁଡ଼ିକର ଅଙ୍କୁରୀକରଣ ଏବଂ ବଞ୍ଚିବାର ସମ୍ଭାବନାକୁ ବୃଦ୍ଧି ହୋଇଥାଏ। ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ ହ୍ରାସ ଏବଂ ସ୍ଥାୟୀ ଜୀବିକା ନିର୍ବାହରେ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ଅଞ୍ଚଳ ପାଇଁ ଜଙ୍ଗଲ ପୁନରୁତ୍ଥାନ ଏବଂ ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଜନଜାତି ମହିଳାମାନେ ଏହାକୁ ବହୁ ପରିଶ୍ରମ କରି କାର୍ଯ୍ୟ କରୁଥିବା କହିଛନ୍ତି। ଏହା ଜଙ୍ଗଲ ସୃଷ୍ଟି ହେଲେ ଜଙ୍ଗଲ କାର୍ବନ ସଂରକ୍ଷଣ ସମେତ ଅତ୍ୟାବଶ୍ୟକ ଇକୋସିଷ୍ଟମ୍‌ ସେବା ପ୍ରଦାନ କରିବ। ତେଣୁ ଉକ୍ତ ବ୍ଲକର ଦନେକବାଡ଼ି, ସୋନପୁର ଏବଂ ବାଡ଼ାବାଙ୍ଗା ପଞ୍ଚାୟତର ଜନଜାତି ସମ୍ପ୍ରଦାୟ ପକ୍ଷରୁ ବନ ସମ୍ପଦ ପରିଚାଳନା କମିଟିର ମହିଳାମାନେ ସିଡ୍‌ ବଲ୍‌ ପ୍ରସ୍ତୁତି ଏବଂ ରୋପଣ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri