Posted inଖେଳ

ଏଚ୍‌ଆଇଏଲ୍‌ ମହିଳା ଖେଳାଳି ନିଲାମ: ଉଦିତା ସବୁଠାରୁ ଦାମି

ନୂଆଦିଲ୍ଲୀ, ୧୫ା୧୦: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ମହିଳା ଖେଳାଳି ନିଲାମ ମଙ୍ଗଳବାର ସଫଳତାର ସହିତ ସମ୍ପନ୍ନ ହୋଇଛି। ଭାରତୀୟ ଡିଫେଣ୍ଡର ଉଦିତା ଦୁହାନ ସବୁଠାରୁ ଦାମୀ ଖେଳାଳି ବିବେଚିତ ହୋଇଛନ୍ତି। ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ ତାଙ୍କୁ ୩୨ ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରିଛି। ଦ୍ୱିତୀୟ ଦାମୀ ଖେଳାଳି ଡଚ୍‌ ଷ୍ଟାର ଡ୍ରାଗ୍‌ଫ୍ଲିକରଙ୍କୁ ଓଡ଼ିଶା ଓ୍ବାରିଅର୍ସ ୨୯ ଲକ୍ଷ ଟଙ୍କାରେ ନେଇଛି।

ଭାରତୀୟ ଖେଳାଳି ଲାଲରେମସିଆମି (ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ, ୨୫ ଲକ୍ଷ ଟଙ୍କା), ସୁନେଲିତା ଟପ୍ପୋ (ଦିଲ୍ଲୀ ଏସ୍‌ଜି ପାଇପର୍ସ, ୨୪ ଲକ୍ଷ) ଓ ସଙ୍ଗୀତା କୁମାରୀ (ଦିଲ୍ଲୀ ଏସ୍‌ଜି ପାଇପର୍ସ, ୨୨ ଲକ୍ଷ) ଫ୍ରାଞ୍ଚାଇଜଗୁଡ଼ିକୁ ଆକର୍ଷିତ କରିଥିଲେ। ମଙ୍ଗଳବାର ଦୃଷ୍ଟି ଆକର୍ଷଣ କରିଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ ରହିଥିଲେ ବେଲଜିୟମର ଚାର୍ଲୋଟ ଇଙ୍ଗେଲବର୍ଟ (ସୁର୍‌ମା ହକି କ୍ଲବ,୧୬ ଲକ୍ଷ), ଜର୍ମାନୀର ଚାର୍ଲୋଟ ଷ୍ଟାପେନହର୍ଷ୍ଟ(ସୁର୍‌ମା ହକି କ୍ଲବ, ୧୬ ଲକ୍ଷ) ଓ ଅଷ୍ଟ୍ରେଲିଆର ଜୋସ୍‌ଲିନ ବାଟ୍ରାମ୍‌ (ଓଡ଼ିଶା ଓ୍ବାରିଅର୍ସ, ୧୫ ଲକ୍ଷ)। ଅନ୍ୟପକ୍ଷରେ ଭେଟେରାନ ଭାରତୀୟ ଷ୍ଟ୍ରାଇକର ବନ୍ଦନା କାଟାରିୟାଙ୍କୁ ୧୦.୫ ଲକ୍ଷରେ ନେଇଛି ଶ୍ରାଚି ରାର୍‌ ବେଙ୍ଗଲ ଟାଇଗର୍ସ।

ଭାରତ ଅଧିନାୟକ ସାଲିମା ଟେଟେ (୨୦ ଲକ୍ଷ), ଇଶିକା ଚୌଧାରୀ (୧୬ ଲକ୍ଷ) ଓ ନେହା ଗୋୟଲ (୧୦ ଲକ୍ଷ)ଙ୍କୁ ଓଡ଼ିଶା ଓ୍ବାରିଅର୍ସ କ୍ରୟ କରିଛି। ସେହିପରି ପୂର୍ବତନ ଭାରତୀୟ ଅଧିନାୟକ ସବିତା (୨୦ ଲକ୍ଷ), ଶର୍ମିଳା ଦେବୀ (୧୦ ଲକ୍ଷ) ଓ ନିକ୍କି ପ୍ରଧାନ (୧୨ ଲକ୍ଷ)ଙ୍କୁ ସୁର୍‌ମା ହକି କ୍ଲବ ଦଳରେ ନେଇଛନ୍ତି। ଦିଲ୍ଲୀ ଏସ୍‌ଜି ପାଇପର୍ସ ମଧ୍ୟ କେତେଜଣ ଭାରତୀୟ ଅନ୍ତର୍ଜାତୀୟ ଖେଳାଳିଙ୍କୁ କ୍ରୟ କରିଛି। ସେମାନେ ହେଲେ ନବନୀତ କୌର (୧୯ ଲକ୍ଷ), ଯୁବ ଗୋଲକିପର ବିଚୁ ଦେବୀ ଖରିବାମ୍‌ (୧୬ ଲକ୍ଷ) ଓ ଦୀପିକା (୨୦ ଲକ୍ଷ)। ପ୍ରଥମାର୍ଦ୍ଧ ନିଲାମିରେ ସମସ୍ତ ୪ ଫ୍ରାଞ୍ଚାଇଜ୍‌ ସେମାନଙ୍କ ରଣନୈତିକ ଦଳ ଗଠନ ପାଇଁ ଆବଶ୍ୟକ ଖେଲାଳିମାନଙ୍କୁ ନେଇଥିଲେ।

ଅପରପକ୍ଷରେ ବିକ୍ରି ହୋଇପାରି ନ ଥିବା ଭାରତୀୟ ସିନିୟର ଓ ଜୁନିୟର ମହିଳା ଖେଳାଳିମାନଙ୍କ ଅନୁରୋଧ କ୍ରମେ ସେମାନଙ୍କ ବେସ୍‌ ପ୍ରାଇସ ୨ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଥିଲା। ଫଳରେ ମାଧୁରୀ କିଣ୍ଡୋ (ଓଡ଼ିଶା ଓ୍ବାରିଅର୍ସ,୩.୪୦ ଲକ୍ଷ), ଜ୍ୟୋତି ଛତ୍ରୀ (ଓଡ଼ିଶା ଓ୍ବାରିଅର୍ସ, ଦୀପିକା ସୋରେଙ୍ଗ (ସୁର୍‌ମା ହକି କ୍ଲବ, ୨.୨୦ ଲକ୍ଷ), ଋତୁରାଜ ଦାଦାସୋ ପିସାଲ (ଓଡ଼ିଶା ଓ୍ବାରିଅର୍ସ, ୪.୯୦ଲକ୍ଷ)ଙ୍କ ଭଳି ଖେଳାଳି ମହିଳା ଏଚ୍‌ଆଇଏଲ୍‌ର ପ୍ରଥମ ସଂସ୍କରଣରେ ସେମାନଙ୍କ ସ୍ଥାନ ସୁରକ୍ଷିତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri