Categories: ଜାତୀୟ

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ କର୍ନାଟକ ସରକାର ନିଷିଦ୍ଧାଦେଶ ଲଗାଇଥିବାବେଳେ ଏହାକୁ କର୍ନାଟକ ହାଇକୋର୍ଟ କାଏମ ରଖିଥିଲେ।

ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା। ୧୦ଦିନର ଶୁଣାଣି ପରେ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।

Share