Categories: ଜାତୀୟ

ହିଜାବ ଜରୁରୀ ଧର୍ମୀୟ ପ୍ରଥା ନୁହେଁ

ବେଙ୍ଗାଲୁରୁ,୨୨।୨: ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ହାଇକୋର୍ଟରେ ସୋମବାର ପୁଣିଥରେ ଦୋହରାଇଛନ୍ତି। ଧର୍ମୀୟ ନିର୍ଦ୍ଦେଶନାମା ଶିକ୍ଷାନୁଷ୍ଠାନ ବାହାରେ ରହିବା ଉଚିତ। ସମ୍ବିଧାନ ପ୍ରଣୟନ ସଭାରେ ଡ. ବି.ଆର୍‌, ଆମ୍ବେଡ୍‌କର ଏହା କହିଥିଲେ ବୋଲି ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭାଡଗି ଅଦାଲତଙ୍କୁ ଜଣାଇଛନ୍ତି। ମୁଖ୍ୟ ବିଚାରପତି ଋତୁରାଜ ଅଓ୍ବସ୍ତି, ଜଷ୍ଟିସ୍‌ ଜେ.ଏମ୍‌. ଖାଜି ଏବଂ କ୍ରିଷ୍ଣା ଏମ୍‌. ଦୀକ୍ଷିତଙ୍କ ବେଞ୍ଚ୍‌ ହିଜାବ ବିବାଦ ମାମଲାର ଶୁଣାଣି କରୁଛି। ନାଗରିକଙ୍କୁ ନିଜ ପସନ୍ଦର ଧର୍ମ ଗ୍ରହଣ ଓ ଉପାସନା କରିବାର ଗ୍ୟାରେଣ୍ଟି ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୨୫ରେ କେବଳ ଜରୁରୀ ଧର୍ମୀୟ ପ୍ରଥାକୁ ସୁରକ୍ଷା ପ୍ରଦାନ କରାଯାଇଛି ବୋଲି ପ୍ରଭୁଲିଙ୍ଗ କହିଥିଲେ।

Share