Posted inଭଦ୍ରକ

ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର

ଭଣ୍ଡାରିପୋଖରୀ,୨୩ା୬(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ କାମର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି ୱାଲ ନିର୍ମାଣରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ତ ପୁଣି କେଉଁଠି ହୋଇଥିବା ପିଚୁ କାମ ୨୪ ଘଣ୍ଟା ମଧ୍ୟରେ ରାସ୍ତା ଫାଟି ଯାଉଛି। ଏପରିକି ନିମ୍ନମାନର କାର୍ଯ୍ୟ ଯୋଗୁ ନିକଟରେ ହୋଇଥିବା ବର୍ଷାରେ ରାଜପଥ ଧସି ଯାଇଥିବା ଦେଖିବାକୁ ମିଳିଥିଲା।
ବିଦ୍ୟୁତ୍‌ କାର୍ଯ୍ୟାଳୟଠାରୁ ହାରାମଣି ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେଉଛି। ବିଶେଷକରି ଡାକ ଅଫିସଠାରୁ ବିଦ୍ୟାଳୟ ଯାଏ ନିର୍ମିତ ୩ଶହ ମିଟର ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ପ୍ରାଥମିକ ସ୍ତରରୁ ବ୍ୟବହାର ହୋଇଥିବା ମାଟି ଓ ଡଷ୍ଟ ପର୍ଯ୍ୟାୟକ୍ରମେ କମ୍ପାକ୍‌ସନ ହୋଇ ନ ଥିବା ଜଣାପଡ଼ିଛି। ଏପରିକି କମ୍ପାକ୍‌ସନ ରୋଲର ଚଢ଼ାଯାଇ ନ ଥିବା ବେଳେ ଏହା ଉପରେ ଡିସମେଟାଲ ଓ ବଜୁରି ଢଳାଯାଇ ପିଚୁର ଲେପ ଦିଆଯାଇଛି। ଏଭଳି ନିର୍ମାଣ କାର୍ଯ୍ୟ ଯୋଗୁ ହାରାମଣି ବିଦ୍ୟାଳୟ ପାଚେରି ନିକଟରେ ଏହି ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଅସରାଏ ବର୍ଷା ହେବା ଯୋଗୁ ରାସ୍ତାର ଅନେକ ଜାଗାରେ ମାଟି ଧସି ଗଲାଣି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନ କରିବାକୁ ସ୍ଥାନୀୟ ଲୋକ ପୂର୍ବରୁ ବାରମ୍ବାର କହିଥିଲେ ସୁଦ୍ଧା କମ୍ପାନୀ ଏହାକୁ ଭ୍ରୁକ୍ଷେପ ନ କରି ତରବରିଆ କାମ ସାରିବାକୁ ଚେଷ୍ଟା କରିଛି ବୋଲି କୁହାଯାଉଛି। ନିକଟରେ ଏନେଇ ଅଭିଯୋଗ ପାଇବା ପରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ ନିର୍ମାଣାଧୀନ ରାସ୍ତା ନିକଟରେ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡକାଇ ଖୁବ୍‌ଶୀଘ୍ର ଏହାର ମରାମତି କରିବାକୁ କହିଥିଲେ। ତେବେ ବିପଦସଂକୁଳ ରାସ୍ତାରେ ସ୍କୁଲ ପିଲାମାନେ କିଭଳି ଯିବା ଆସିବା କରିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ନିର୍ମାଣକାରୀ ସଂସ୍ଥା ତ୍ରୁଟି ସୁଧାରିବା ସହ ଏହା ଉପରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ସମେତ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜପଥ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ପଙ୍କଜ ଶର୍ମା କହିଛନ୍ତି, ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। କମ୍ପାନୀ ପନ୍ଦର ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଯେଉଁଠି ଆବଶ୍ୟକତା ପଡ଼ିବ ସେଠାରେ ମରାମତି କରାଯିବ। ତେବେ ନିମ୍ନମାନର କାର୍ଯ୍ୟ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri