Posted inଭଦ୍ରକ

ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର

ଭଣ୍ଡାରିପୋଖରୀ,୨୩ା୬(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ କାମର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି ୱାଲ ନିର୍ମାଣରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ତ ପୁଣି କେଉଁଠି ହୋଇଥିବା ପିଚୁ କାମ ୨୪ ଘଣ୍ଟା ମଧ୍ୟରେ ରାସ୍ତା ଫାଟି ଯାଉଛି। ଏପରିକି ନିମ୍ନମାନର କାର୍ଯ୍ୟ ଯୋଗୁ ନିକଟରେ ହୋଇଥିବା ବର୍ଷାରେ ରାଜପଥ ଧସି ଯାଇଥିବା ଦେଖିବାକୁ ମିଳିଥିଲା।
ବିଦ୍ୟୁତ୍‌ କାର୍ଯ୍ୟାଳୟଠାରୁ ହାରାମଣି ବାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେଉଛି। ବିଶେଷକରି ଡାକ ଅଫିସଠାରୁ ବିଦ୍ୟାଳୟ ଯାଏ ନିର୍ମିତ ୩ଶହ ମିଟର ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ପ୍ରାଥମିକ ସ୍ତରରୁ ବ୍ୟବହାର ହୋଇଥିବା ମାଟି ଓ ଡଷ୍ଟ ପର୍ଯ୍ୟାୟକ୍ରମେ କମ୍ପାକ୍‌ସନ ହୋଇ ନ ଥିବା ଜଣାପଡ଼ିଛି। ଏପରିକି କମ୍ପାକ୍‌ସନ ରୋଲର ଚଢ଼ାଯାଇ ନ ଥିବା ବେଳେ ଏହା ଉପରେ ଡିସମେଟାଲ ଓ ବଜୁରି ଢଳାଯାଇ ପିଚୁର ଲେପ ଦିଆଯାଇଛି। ଏଭଳି ନିର୍ମାଣ କାର୍ଯ୍ୟ ଯୋଗୁ ହାରାମଣି ବିଦ୍ୟାଳୟ ପାଚେରି ନିକଟରେ ଏହି ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଛି। ଅସରାଏ ବର୍ଷା ହେବା ଯୋଗୁ ରାସ୍ତାର ଅନେକ ଜାଗାରେ ମାଟି ଧସି ଗଲାଣି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ନ କରିବାକୁ ସ୍ଥାନୀୟ ଲୋକ ପୂର୍ବରୁ ବାରମ୍ବାର କହିଥିଲେ ସୁଦ୍ଧା କମ୍ପାନୀ ଏହାକୁ ଭ୍ରୁକ୍ଷେପ ନ କରି ତରବରିଆ କାମ ସାରିବାକୁ ଚେଷ୍ଟା କରିଛି ବୋଲି କୁହାଯାଉଛି। ନିକଟରେ ଏନେଇ ଅଭିଯୋଗ ପାଇବା ପରେ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ ନିର୍ମାଣାଧୀନ ରାସ୍ତା ନିକଟରେ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଡକାଇ ଖୁବ୍‌ଶୀଘ୍ର ଏହାର ମରାମତି କରିବାକୁ କହିଥିଲେ। ତେବେ ବିପଦସଂକୁଳ ରାସ୍ତାରେ ସ୍କୁଲ ପିଲାମାନେ କିଭଳି ଯିବା ଆସିବା କରିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ନିର୍ମାଣକାରୀ ସଂସ୍ଥା ତ୍ରୁଟି ସୁଧାରିବା ସହ ଏହା ଉପରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସରପଞ୍ଚ ପ୍ରଶାନ୍ତ ସାହୁଙ୍କ ସମେତ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜପଥ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ପଙ୍କଜ ଶର୍ମା କହିଛନ୍ତି, ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। କମ୍ପାନୀ ପନ୍ଦର ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ଯେଉଁଠି ଆବଶ୍ୟକତା ପଡ଼ିବ ସେଠାରେ ମରାମତି କରାଯିବ। ତେବେ ନିମ୍ନମାନର କାର୍ଯ୍ୟ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri