ହାଇଓ୍ବେ ପାଟ୍ରୋଲିଂ ପ୍ରଦର୍ଶନ ଅତି ଖରାପ

ଭୁବନେଶ୍ୱର, ୫।୨(ବ୍ୟୁରୋ): ରାଜ୍ୟ ସରକାର ଗତ କିଛିଦନ ହେଲା ଓଡ଼ିଶାରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ କରିବା ଲାଗି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସବୁ ଜିଲାର ଏସ୍‌ପି ଏବଂ ଜିଲାପାଳଙ୍କୁ ପରିବହନ ବିଭାଗ ସଚିବ ବିଷ୍ଣୁପଦ ସେଠୀ ଦୁଇଥର ଚିଠି ଲେଖିସାରିଲେଣି। ଆର୍‌ଟିଓ ଏବଂ ପୋଲିସ ମିଳିତ ଭାବେ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ କମିଟି ଗଠନକରି କିପରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବେ ସେଥିପ୍ରତି ଧ୍ୟାନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସଚିବ ସେଠୀ ରାଜ୍ୟର ସିଆଇଡି ଏବଂ କ୍ରାଇମ୍‌ବ୍ରାଞ୍ଚ(ସିବି) ଅତିରିକ୍ତ ପୋଲିସ ଡିଜିମାନଙ୍କୁ ଚିଠି ଲେଖି ହାଇଓ୍ବେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ହାଇଓ୍ବେ ପାଟ୍ରୋଲିଂ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ଥିବା ପରିବହନ ସଚିବ ଦର୍ଶାଇଛନ୍ତି।
ପରିବହନ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ରାଜ୍ୟର ମୁଖ୍ୟ ୫ଟି ରାସ୍ତାରେ ହାଇଓ୍ବେ ପାଟ୍ରୋଲିଂ କରାଯିବ। ସେଥିରେ ଭୁବନେଶ୍ୱର-ପୁରୀ, ସମ୍ବଲପୁର-ସୋହେଲା, ଜଳେଶ୍ୱର-ଇଚ୍ଛାପୁର, କଟକ-ସମ୍ବଲପୁର ଏବଂ ଝାରସୁଗୁଡା-ରାଉରକେଲା ରାସ୍ତା ଆଦି ରହିଛି। ଏହି ୫ ମୁଖ୍ୟ ରାସ୍ତାକୁ ୩୬ ଭାଗରେ ବିଭକ୍ତ କରାଯାଇଛି। ଏହିସବୁ ରାସ୍ତାରେ ବେଶି ସଡକ ଦୁର୍ଘଟଣା ଘଟିବା ସହ ବହୁ ଲୋକଙ୍କ ଜୀବନ ଯାଉଛି। ତେଣୁ ଏହି ରାସ୍ତାଗୁଡିକରେ ଅଧିକରୁ ଅଧିକ ହାଇଓ୍ବେ ପାଟ୍ରୋଲିଂ ଲାଗି ଯୋଜନା କର। ଗତ ନଭେମ୍ବରରେ ଉକ୍ତ ୩୬ ରାସ୍ତାରେ ହାଇଓ୍ବେ ପାଟ୍ରୋଲିଂ କିପରି ହୋଇଛି ସିଆଇଡି ଏବଂ ସିବି ରିପୋର୍ଟ ମୁତାବକ ହସ୍ତଗତ ହୋଇଛି। ଗତ ନଭେମ୍ବରରେ ସେହି ୩୬ ରାସ୍ତାରେ ୧୦୪୬ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଧରାଯାଇଛି। ୩୬ ରାସ୍ତା ଲାଗି ୩୬ଟି ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ଟି ଟିମ୍‌ ନଭେମ୍ବରରେ ଗୋଟିଏ ହେଲେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଧରିନାହାନ୍ତି। ୬ଟି ଟିମ୍‌ ମାସକରେ ୧୦ରୁ କମ୍‌ ମାମଲା ଧରିଛନ୍ତି। ଦର୍ଶାଯାଇଥିବା ୩୬ ରାସ୍ତାରେ ବ୍ୟାପକ ଟ୍ରାଫିକ ନିୟମ ଉଲ୍ଲଂଘନ ହେଉଥିବା ଜଣାପଡିଛି। ସେହିପରି ଗତ ଡିସେମ୍ବରରେ ମଧ୍ୟ ହାଇଓ୍ବେ ପାଟ୍ରୋଲିଂ ଟିମ୍‌ ପ୍ରଦର୍ଶନ ସମାନ। ୨୦୨୧ର ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୨୦୨୦ର ଏହି ସମୟଠାରୁ ୧୨ ପ୍ରତିଶତ ଅଧିକ ସଡ଼କ ଦୁର୍ଘଟମାଜନିତ ମୃତ୍ୟୁ ରାଜ୍ୟରେ ଘଟିଛି। ତେଣୁ ଉକ୍ତ ୩୬ଟି ଯାକ ହାଇଓ୍ବେ ପାଟ୍ରୋଲିଂ ଗାଡ଼ି କିପରି ଠିକ୍‌ରେ କାର୍ଯ୍ୟ କରି ଟ୍ରାଫିକ ନିୟମ ଉଲ୍ଲଂଘନକାରୀମାନଙ୍କୁ ଧରିବେ ସେଥିଲାଗି ପ୍ରତି ଜିଲାର ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏହାସହ ହାଇଓ୍ବେ ପାଟ୍ରୋଲିଂ ଗାଡ଼ିଗୁଡିକୁ ଲେଜର ଗନ୍‌, ବ୍ରେଥ୍‌ ଆନାଲାଇଜର ଯୋଗାଇବା ସହ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ଧରିବାକୁ କୁହାଯାଇଛି। ଏସ୍‌ପିମାନେ ଏହାର ତତ୍ତ୍ୱାବଧାନ କରିବେ। ଏହାସହ ୨୦୨୦ ଏବଂ ୨୦୨୧ର ଥାନାଓ୍ବାରି ଦୁର୍ଘଟଣାଜନିତର ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏହି ଦୁର୍ଘଟଣା କେଉଁ ରାସ୍ତାରେ ହୋଇଛି, କେଉଁ ଥାନା ଅଧୀନରେ ତାହା ଯାଉଛି, କେତୋଟି ଦୁର୍ଘଟଣା ଉକ୍ତ ଅଞ୍ଚଳରେ କେବେ କେବେ ଘଟିଛି, କେତେଜଣ ଆହତ ହୋଇଥିବା ବେଳେ କେତେଜଣଙ୍କ ମୃତ୍ୟୁ ଘଟିଛି ତା’ର ତଥ୍ୟ ଥାନାଓ୍ବାରି ପ୍ରଦାନ କରିବାକୁ ପରିବହନ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ମିଳିଥିବା ତଥ୍ୟ ମୁତାବକ, ରାଜ୍ୟରେ ହାଇଓ୍ବେ ପାଟ୍ରୋଲିଂ ଲାଗି ରାଜ୍ୟ ସରକାର ଓଡ଼ିଶାର ୧୧୯ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି। ୩୬ଟି ଦୁର୍ଘଟଣାପ୍ରବଣ ରାସ୍ତା ସକାଶେ ୩୬ଟି ଗାଡ଼ି ପ୍ରଦାନ କରିଛନ୍ତି। ପୁନଃ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏନ୍‌ଫୋର୍ସମେଣ୍ଟ କରିବା ଏବଂ ଦ୍ରୁତ ଗାଡ଼ି ଚାଳକଙ୍କୁ ଧରିବା, ଭିସିଆର୍‌ କରିବା ଆଦି ପାଇଁ ଯେତିକି କ୍ଷମତା ଦେବା କଥା ଦିଆଯାଇନାହିଁ। ରାଜ୍ୟ ପରିବହନ ବିଭାଗ ଉକ୍ତ କର୍ମଚାରୀମାନଙ୍କ ଫାଇଲ ଯାଞ୍ଚ କରିବା ପରେ ଏହି କ୍ଷମତା ପ୍ରଦାନ କରିବେ। ଏ ପର୍ଯ୍ୟନ୍ତ ଉକ୍ତ କର୍ମଚାରୀମାନଙ୍କୁ କ୍ଷମତା ଦିଆଯାଇ ନ ଥିବାବେଳେ ସେମାନେ କିଭଳି ଦୁର୍ଘଟଣାପ୍ରବଣ ୩୬ ରାସ୍ତାରେ କଡ଼ାକଡ଼ି ଚେକିଂ କରିବେ ସେନେଇ ଜଣେ ଅଧିକାରୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri