ମାଜିଷ୍ଟ୍ରେଟ୍‌-ଫୋର୍ସଙ୍କ ଉପସ୍ଥିତିରେ ଚାଲିଛି ରାଜପଥ ନିର୍ମାଣ

ପାଟଣା,୨୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ରାସ୍ତାର ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ୍‌ ବୈତରଣୀ ନଦୀ ଉପରେ ନବ ନିର୍ମିତ ବ୍ରିଜ ସଂଲଗ୍ନ ରାସ୍ତା ନିର୍ମାଣ ପାଇଁ ଶୁକ୍ରବାର ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତି ଓ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।

ସୂଚନାଯୋଗ୍ୟ, ଜାତୀୟ ରାଜପଥର ବୈତରଣୀ ନଦୀ ପୋଲ ସଂଲଗ୍ନ ରାସ୍ତାର ୧୩ ଶହ ମିଟରରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ ବେଳେ ଦୁର୍ଗାଦେଇପୁର ଓ ଟିକାୟତ ପାଟଣା ମୌଜାର ୧୭ ପ୍ରଜା ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରୁ ଅଧିକ ଦର ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ଚାଲିଥିବା ବେଳେ ଶୁକ୍ରବାର ପ୍ରଶାସନ ଏନ୍‌ଏଚ୍‌ର ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନିୟର ଓ ଏସ୍‌ଡିଓ, ଠିକାଦାର ଓ ମାଜିଷ୍ଟ୍ରେଟ୍‌ ଭାବେ ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ରମ, ସାହରପଡ଼ାର ଅତିରିକ୍ତ ତହସିଲଦାର ଚରଣ ନାଏକ, ପାଟଣାର ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା ପ୍ରମୁଖଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛି।

Dharitri – Odisha’s No.1 Odia Daily

Share