Posted inଜାତୀୟ

ଭାଜପା ପାଇଁ ନିଷ୍ପତ୍ତି ନେଉଛି କି ଆରଏସଏସ ? ଖୁଲାସା କଲେ ମୋହନ ଭାଗବତ

ନାଗପୁର,୨୮ା୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ସଂଘର ‘ସଂଘ ଯାତ୍ରାର ୧୦୦ ବର୍ଷ’ ଶୀର୍ଷକ ତିନି ଦିନିଆ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂଘର ଭୂମିକା ଉପରେ ନିଜର ମତ ରଖିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, “ଆରଏସଏସ ଭାଜପା ପାଇଁ ନିଷ୍ପତ୍ତି ନେଇଥାଏ ବୋଲି କଥା ସତ୍ୟ ନୁହେଁ। ଆରଏସଏସ ଏକ ସ୍ୱାଧୀନ ଓ ସ୍ୱୟଂଶାସିତ ସଂଗଠନ। ଆମେ ପ୍ରତ୍ୟେକ ସରକାରଙ୍କ ସହ ଭଲ ସମନ୍ୱୟ ରଖୁଛୁ, କେବଳ ଏହି ସରକାରଙ୍କ ସହିତ ନୁହେଁ।”

ମୋହନ ଭାଗବତ କହିଛନ୍ତି ଯେ, “ବ୍ରିଟିଶମାନେ ଭାରତରେ ନିଜର ଶିକ୍ଷା ବ୍ୟବସ୍ଥା ଲାଗୁ କରିଥିଲେ, ଯାହା ଫଳରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଲୁପ୍ତ ହୋଇଯାଇଥିଲା। ଶିକ୍ଷା କେବଳ ତଥ୍ୟ ସଂଗ୍ରହ ନୁହେଁ, ଏହା ଏକ ବ୍ୟକ୍ତିକୁ ସଂସ୍କାରୀ କରିବାର ମାଧ୍ୟମ। ଛାତ୍ରଛାତ୍ରୀମାନେ ନିଜର ଅତୀତ ବିଷୟରେ ଜାଣିବା ଆବଶ୍ୟକ।” ସେ ଜାତୀୟ ଶିକ୍ଷା ନୀତି (ଏନଇପି)କୁ ସଠିକ ଦିଗରେ ଏକ ପଦକ୍ଷେପ ବୋଲି ପ୍ରଶଂସା କରିଛନ୍ତି ଏବଂ ଏହା ପଞ୍ଚକୋଶୀୟ ଶିକ୍ଷା ପାଇଁ ବ୍ୟବସ୍ଥା ରଖିଥିବା କହିଛନ୍ତି।

ଭାଗବତ କହିଛନ୍ତି, “ଭାରତକୁ ବୁଝିବା ପାଇଁ ସଂସ୍କୃତ ଶିଖିବା ଆବଶ୍ୟକ। ମୁଖ୍ୟଧାରା ଶିକ୍ଷାକୁ ଗୁରୁକୁଳ ଶିକ୍ଷା ସହ ଯୋଡ଼ିବା ଉଚିତ।” ସେ ଆହୁରି କହିଛନ୍ତି, “ଇଂରାଜୀ ଶିଖିବାରେ କୌଣସି ସମସ୍ୟା ନାହିଁ, ଏହା କେବଳ ଏକ ଭାଷା। କିନ୍ତୁ ଓଲିଭର ଟ୍ୱିଷ୍ଟ ପଢ଼ି ପ୍ରେମଚାନ୍ଦଙ୍କୁ ଭୁଲିଯିବା ଠିକ୍‌ ନୁହେଁ। ଆମ ମୂଲ୍ୟବୋଧ ଓ ପରମ୍ପରା ଛାତ୍ରଛାତ୍ରୀଙ୍କୁ ଶିଖାଇବା ଦରକାର।”

ତେବେ ଦେଶରେ ବେକାରୀ ସମସ୍ୟା ଉପରେ ମୋହନ ଭାଗବତ କହିଛନ୍ତି, “ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ପାଇବା ନୁହେଁ। ଚାକିରି ଖୋଜୁଥିବା ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ହେବାକୁ ଚେଷ୍ଟା କରନ୍ତୁ।”

ଭାଗବତ କହିଛନ୍ତି, “ବିଭିନ୍ନ ଦେଶରୁ ଆସିଥିବା ଲୋକେ ଆମ ସଂଘ ଶିକ୍ଷା ବର୍ଗ ଦେଖି କହିଛନ୍ତି ଯେ ସେମାନେ ନିଜ ଦେଶରେ ମଧ୍ୟ ଏପରି ସଂଗଠନ ଗଠନ କରିବାକୁ ଚାହାଁନ୍ତି।” ସେ ଆହୁରି କହିଛନ୍ତି, “ଜେପି ନାରାୟଣଙ୍କଠାରୁ ପ୍ରଣବ ମୁଖାର୍ଜୀଙ୍କ ପର୍ଯ୍ୟନ୍ତ ଅନେକେ ଆରଏସଏସ ବିଷୟରେ ନିଜ ମତ ବଦଳାଇଛନ୍ତି। ତେଣୁ ବିରୋଧୀଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନର ସମ୍ଭାବନାକୁ ଆମେ କେବେ ଅସ୍ୱୀକାର କରିବା ଉଚିତ ନୁହେଁ।”


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri