ପ୍ରସଙ୍ଗକୁ ଜୋର୍‌ଦାର କର: ଚେଲ୍ଲାକୁମାର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ବିଭିନ୍ନ ନେତାଙ୍କ ସହ ଗୁରୁବାର ଆଲୋଚନା କରିଛନ୍ତି। କ’ଣ ପାଇଁ ଦଳର ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଛି ଏବଂ ତୃଣମୂଳସ୍ତରରୁ କର୍ମୀଙ୍କୁ ସକ୍ରିୟ କରିବା ଲାଗି କେଉଁଭଳି ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ସେନେଇ ଚେଲ୍ଲାକୁମାର ଗୁରୁତ୍ୱ ଦେଇଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ ସାରେ ବିଧାୟକ ଦଳ ବୈଠକ ମଧ୍ୟ କରିଛନ୍ତି। ଏଥିରେ ଦଳର ପ୍ରାୟ ସମସ୍ତ ବିଧାୟକ, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଆଗକୁ ସବୁବେଳେ ପିସିସି ଏବଂ ବିଧାୟକ ଦଳ ମିଳିତଭାବେ ବୈଠକ କରିବା ଲାଗି ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବୈଠକ ଦ୍ୱାରା ଦଳର ସଙ୍ଗଠନ ଅଧିକ ମଜଭୁତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଚଳିତ ବଜେଟ ଅଧିବେଶନରେ ସବୁ ବିଧାୟକ ଏକତ୍ରିତ ହୋଇ ତେଲ ଦର ବୃଦ୍ଧି, ଧାନ ସଂଗ୍ରହ ହୋଇ ନ ପାରିବା, କୋଟିଆ ସୀମା ବିବାଦ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜୋର୍‌ଦାର ବିରୋଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ସବୁ ବିଧାୟକମାନେ ଏକାଠି ହେବା ଉପରେ ମଧ୍ୟ ତାଙ୍କ ଗୁରୁତ୍ୱ ସହକାରେ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସବୁ ନେତାଙ୍କୁ ଏକାଠି କରିବା ଉପରେ ଚେଲ୍ଲାକୁମାର ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ନିକଟରେ ପିସିସି ପରିବର୍ତ୍ତନ ହେବାର ନାହିଁ। ତେଲଦର ବୃଦ୍ଧି ନେଇ ଓଡ଼ିଶା ବନ୍ଦ ଏବଂ ବ୍ରହ୍ମପୁର ସମାବେଶ କାର୍ଯ୍ୟକ୍ରମ ସଫଳତାର ସହ କରାଯାଇଛି। ପିସିସି ଠିକ୍‌ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଅନ୍ୟପଟେ ଲଗାତର ନିରଞ୍ଜନଙ୍କ ବିରୋଧରେ ଏକାଠି ହେଉଥିବା ନେତାମାନେ ପୁଣିଥରେ ଗୁରୁବାର ଦଳର ପ୍ରଭାରୀଙ୍କୁ ଭେଟି ଏକ ଚିଠି ପ୍ରଦାନ କରିବା ସହ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି।
ପିସିସି ପ୍ରଭାରୀଙ୍କ ନିକଟରେ ସମସ୍ତ ଅସନ୍ତୁଷ୍ଟ ନେତା ଏକାଠି ବସି ଏନେଇ ଆଲୋଚନା କରିଛନ୍ତି। ଅସନ୍ତୁଷ୍ଟ ନେତାମାନେ ଏହି ଅବସରରେ ତାଙ୍କୁ କହିଛନ୍ତି, କଂଗ୍ରେସର ପୁନରୁଦ୍ଧାର ପାଇଁ ପିସିସି ସଭାପତି ପରିବର୍ତ୍ତନ ଜରୁରୀ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ଭୋଟ ହାର ୨୬ରୁ ୧୩ ପ୍ରତିଶତକୁ କମିଯାଇଛି। ବିଧାନସଭା ସଦସ୍ୟଙ୍କ ସଂଖ୍ୟା ସର୍ବନିମ୍ନ ୯କୁ ହ୍ରାସ ପାଇଛି। ଜିଲା ପରିଷଦ ଉପନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ବୋଲି ଜଣାପଡିଛି। ଗତ ୨ ବର୍ଷରେ ହଜାର ହଜାର କର୍ମୀ ଦଳ ମଧ୍ୟ ଛାଡ଼ିଛନ୍ତି। ସେମାନଙ୍କୁୁ ଅଟକାଇବାରେ ମଧ୍ୟ ଦଳର ନେତୃତ୍ୱ ଫେଲ୍‌ ମାରିଛନ୍ତି। ଦୁଇଟି ଆସନରୁ ଗତ ସାଧାରଣ ନିର୍ବାଚନରେ ଲଢି ନିରଞ୍ଜନ ହାରି ନିଜର ନୈତିକ ଦାୟିତ୍ୱ ନେଇଛନ୍ତି। ନିଜ ଆଡୁ ପିସିସି ସଭାପତି ପଦରୁ ଇସ୍ତଫା ଦେବା କେବଳ ଲୋକ ଦେଖାଣିଆ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଆଗକୁ ପିପିଲି ଉପନିର୍ବାଚନ ଏବଂ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। କଂଗ୍ରେସ ଭବିଷ୍ୟତ ପାଇଁ ନେତୃତ୍ୱ ବଦଳାଇବାକୁ ଅସନ୍ତୁଷ୍ଟ ନେତାମାନେ ଦାବି କରିଛନ୍ତି। ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସମେତ ଅନ୍ୟମାନେ ଲିଖିତ ଆକାରରେ ପ୍ରଭାରୀଙ୍କୁ ଏହା ଜଣାଇବା ସହ ଏନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ଲାଗି ପ୍ରସ୍ତାବ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri