Categories: ଜାତୀୟ

୪୫ ବର୍ଷ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ବେରୋଜଗାରୀ, ଚାକିରି କେଉଁଠି ଅଛି କୁହନ୍ତୁ : ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ…

ବେଲାରି,୧୫।୧୦ : କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ କର୍ନାଟକର ବେଲାରିରେ ପହଞ୍ଚିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ୪୫ ବର୍ଷ ମଧ୍ୟରେ ସମ୍ପ୍ରତି ଭାରତରେ ସର୍ବାଧିକ ବେକାରୀ ହାର ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପ୍ରତିବର୍ଷ ୨ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ଦେବେ।

ତେବେ ସେହି ଚାକିରିଗୁଡ଼ିକ କେଉଁଠାରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବେଲାରିରେ ରାହୁଲ କହିଛନ୍ତି ଯେ କର୍ନାଟକରେ ଅଢ଼େଇ ଲକ୍ଷ ସରକାରୀ ପଦବୀ କାହିଁକି ଖାଲି ପଡ଼ିଛି? ଯଦି ଆପଣ ପୋଲିସ ସବ-ଇନ୍ସପେକ୍ଟର ହେବାକୁ ଚାହୁଁଛନ୍ତି ତେବେ ଆପଣ ୮୦ ଲକ୍ଷ ଟଙ୍କା ଦେଇ ତାହା କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ କର୍ନାଟକରେ ସରକାରୀ ଚାକିରି କିଣିପାରିବେ। ଯଦି ଆପଣଙ୍କର ଟଙ୍କା ନାହିଁ ତେବେ ଆପଣ ସାରା ଜୀବନ ବେକାର ରହିବେ।
ଭାଜପା ଶାସିତ ସମସ୍ତ ଅଞ୍ଚଳରେ ଏଭଳି ସ୍ଥିତି ବୋଲି ସେ କହିଛନ୍ତି।

Share