ଇକୋ ଟୁରିଜମ୍‌ରେ ସର୍ବାଧିକ ରାଜସ୍ବ ଆଦାୟ

ସମ୍ବଲପୁର,୭ା୪(ପ୍ରମୋଦ ବହିଦାର)ସମ୍ବଲପୁର ଜିଲା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଡେବ୍ରିଗଡ଼ ଅଭୟାରଣ୍ୟ କେବଳ ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ତା’ ନୁହେଁ, ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ହବ୍‌ରେ ପରିଣତ ହୋଇଛି। ପର୍ଯ୍ୟଟନ ହବ୍‌ ଭାବେ ରାଜସ୍ବ ବୃଦ୍ଧି ସହିତ ଅଭୟାରଣ୍ୟ ଉପରେ ନିର୍ଭରଶୀଳ ସ୍ଥାନୀୟ ବାସିନ୍ଦାଙ୍କୁ ବର୍ଷତମାମ ରୋଜଗାର ଯୋଗାଇ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହୋଇପାରିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ୨୦୨୩-୨୪ ଆର୍ଥତ୍କ ବର୍ଷରେ ଇକୋଟୁରିଜମ୍‌ କ୍ଷେତ୍ରରେ ୩.୪୫ କୋଟି (ପ୍ରାୟ ୩.୫ କୋଟି) ରାଜସ୍ବ ସଂଗ୍ରହ କରି ସମଗ୍ର ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛି। ଏହି ବର୍ଷ ଅଭୟାରଣ୍ୟରେ ପ୍ରାୟ ୭୦ ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ୨୦୨୨-୨୩ ଆର୍ଥତ୍କ ବର୍ଷରେ ମାତ୍ର ୩୦ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ରାଜସ୍ବ ସଂଗ୍ରହ ମାତ୍ର ୨.୫ କୋଟିରେ ସୀମିତ ରହିଥିଲା। ଏହିବର୍ଷ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସଂଖ୍ୟା ସର୍ବାଧିକ ୫୦ ପ୍ରତିଶତ, ପଶ୍ଚିମବଙ୍ଗରୁ ପ୍ରାୟ ୨୦ ପ୍ରତିଶତ ଓ ଦେଶର ଅନ୍ୟ ୧୫ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଅନୁପାତ ୩୦ ପ୍ରତିଶତ ରହିଛି।
ଏଠାରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସଫାରି, କ୍ରୁଜ୍‌, ଟ୍ରାକିଂ, ହାଇକିଂ, କାୟାକିଂ ସହିତ ବିଦେଶୀ ତଥା ବିରଳ ପକ୍ଷୀ ଦର୍ଶନ ଆଦିର ସୁଯୋଗ ରହିଛି। ପରିଚାଳନା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାୟ ୮୭ ପରିବାରଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତାର ଫଳ ସ୍ବରୂପ ଏଠାରେ ରାଜସ୍ବ ସଂଗ୍ରହ ଶୀର୍ଷ ଛୁଇଁବା ସମ୍ଭବ ହୋଇପାରିଛି। ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ ଉକ୍ତ ପରିବାରଙ୍କ ପକ୍ଷରୁ ପର୍ଯ୍ୟଟନ ଜୋନ୍‌ ମଧ୍ୟରେ ପର୍ଯ୍ୟଟକଙ୍କୁ ଗୟଳ, ହରିଣ, ଶମ୍ବର, ଭାଲୁ, ଜଙ୍ଗଲୀ ବାର୍‌ହା, ଲଙ୍ଗୁର, କଲରାପତରିଆ, ମୟୂର ଭଳି ବନ୍ୟପ୍ରାଣୀ ସହିତ ୟୋଲ୍ଲୋ ବାଇଲ୍ଡ ଡକ୍‌, ବ୍ଲାକ ଇବିସ୍‌, ଗ୍ଲୋସି ଲିବିସ୍‌, ଗୁଲ୍ସ, ପ୍ରାଟିନ୍‌କୋସଲ୍ସ, ଟେର୍ନ, ମୁରହେନ୍ସ, ଓପନ ବାଇଲ୍ଡ ଷ୍ଟର୍କ ଆଦି ବିଦେଶୀ ପକ୍ଷୀ ଦର୍ଶନ ନିଶ୍ଚିତ କରାଯିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଏହାଛଡା ଏଠାରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ୪୮ ସୁରକ୍ଷିତ ସ୍ଥାନକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ୨୦୨୪ ଏପ୍ରିଲ୍‌ ୧ଠାରୁ ପ୍ଲାଷ୍ଟିକ ମୁକ୍ତ ତଥା ପରିବେଶ ଅନୁକୂଳ ଅଞ୍ଚଳ ଭାବେ ଘୋଷଣା କରିସାରିଛନ୍ତି। ଏଭଳି ଏକ ବିଶାଳ ଭୂଖଣ୍ଡକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯାଇ ପରିବେଶ ଅନୁକୂଳ କ୍ଷେତ୍ରରେ ପରିଣତ କରାଯିବା ବିଶ୍ୱସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ପ୍ରକୃତ ଶ୍ରେୟର ହକଦାର ହେଉଛନ୍ତି ସ୍ଥାନୀୟ ଅଧିବାସୀ ଓ ଅଭୟାରଣ୍ୟରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଚାଳନାରେ ନିୟୋଜିତ ୮୭ ପରିବାର ବୋଲି ବନଖଣ୍ଡ ଅଧିକାରୀ ଦାସଙ୍କ ସୂଚନାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri