ରାଜଧାନୀରେ ସର୍ବାଧିକ କରୋନା ଯୋଦ୍ଧା ସଂକ୍ରମିତ…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନେ ଏବେ ଅଧିକରୁ ଅଧିକ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ହାର ଅଧିକ ରହିଛି। ଅଗଷ୍ଟ ୩୧ ସୁଦ୍ଧା ଦେଶର ୧୧ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କୌଣସି ସଠିକ୍‌ ସୂଚନା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଖରେ ନ ଥିକା କୁହାଯାଉଛି। ଦିଲ୍ଲୀରେ ସର୍ବାଧିକ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଦିଲ୍ଲୀରେ ୨୧ ଶହରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇତିମଧ୍ୟରେ କେତେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଏମ୍ସ୍‌ର ୫ ଜଣ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟକର୍ମୀଙ୍କ ସଂକ୍ରମଣ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ସମାନ କଥା କହିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାର ପାଳନ କରାଯାଉ ନ ଥିବାରୁ ଏଭଳି ଘଟୁଥିବା କୁହାଯାଉଛି।

Share