ମହାମାରୀ ସମୟରେ ବି ସର୍ବାଧିକ ମୃତ୍ୟୁଦଣ୍ଡ…

ରିୟାଦ,୨୧।୪: କରୋନା ସଂକ୍ରମଣରେ ଲୋକଙ୍କ ମୃତ୍ୟୁ ମହାମାରୀରେ ହେଉଥିବାବେଳେ ପୃଥିବୀର ବିଭିନ୍ନ ଦେଶରେ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ବି ଯଥେଷ୍ଟ ବଢ଼ିଛି। ଏହି ସଙ୍କଟ ସମୟରେ ପୃଥିବୀର ୪ ଦେଶରେ ଅଧିକ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଏମନେଷ୍ଟି ଇଣ୍ଟରନ୍ୟାଶନାଲ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୨୦ରେ ପୃଥିବୀରେ ୪୮୩ ଲୋକଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ସେଥିମଧ୍ୟରୁ ୫ ଶୀର୍ଷ ଦେଶ ତାଲିକାରେ ସୌଦି, ମିଶର, ଇରାକ ଏବଂ ଇରାନ ଆଦି ଦେଶ ରହିଛନ୍ତି। ଏସବୁ ଦେଶରେ ୪୨୫ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ଚାଇନା ପକ୍ଷରୁ ୨୦୨୦ରେ କେତେ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି ତାହାର ସୂଚନା ପ୍ରଦାନ କରାଯାଇ ନାହିଁ। ୨୦୧୯ରେ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାରେ ୫୭୯ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଥିଲା। ପଥର ଫିଙ୍ଗି, ଗୁଳି କରି, ଇଞ୍ଜେକଶନ ଦେଇ, ମୁଣ୍ଡକାଟି, ଫାଶୀ ଦେଇ ଦୋଷୀଙ୍କୁ ବିଭିନ୍ନ ଅପରାଧରେ ହତ୍ୟା କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share