ଏମିତି ଦେଶ, ଯେଉଁଠି ଦୋଷୀଙ୍କୁ ମିଳିଥାଏ ସର୍ବାଧିକ ମୃତ୍ୟୁଦଣ୍ଡ ସାଉଦିଆରବ ବି ପଡ଼ିଯିବ ପଛରେ…

ଇସଲାମାବାଦ,୧୧ା୧୦: ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି ଦୋଷୀମାନଙ୍କୁ ସର୍ବାଧିକ ମୃତ୍ୟୁଦଣ୍ଡ ମିଳିଥାଏ। ସେହି ଦେଶ ହେଲା ପାକିସ୍ତାନ। ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ କେବଳ ପାକିସ୍ତାନରେ ଅଛନ୍ତି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଲିଗାଲ ଆକ୍ସନ ଗ୍ରୁପ୍‌ ଜଷ୍ଟିସ୍‌ ପ୍ରୋଜେକ୍ଟ ପାକିସ୍ତାନ (ଜେପିପି) ଏହାର ବାର୍ଷିକ ରିପୋର୍ଟରେ କହିଛି, ୨୦୨୪ରେ ସମୁଦାୟ ୬,୧୬୧ କଏଦୀ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ୬୦୩୯ ଥିଲା। ଏହି ସଂଖ୍ୟା ପୂର୍ବ ଧାରାଠାରୁ ଭିନ୍ନ, ଯେତେବେଳେ ୨୦୨୨ରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଲୋକଙ୍କ ସଂଖ୍ୟା ୩୨୨୬ଥିଲା।

ଲାହୋରସ୍ଥିତ ଏନଜିଓ ଏହାର ବାର୍ଷିକ ରିପୋର୍ଟର ତୃତୀୟ ସଂସ୍କରଣ ‘ପାକିସ୍ତାନରେ ମୃତ୍ୟୁଦଣ୍ଡ’ ମୃତ୍ୟୁଦଣ୍ଡର ଡାଟା ଆନାଲିସିସ୍‌’ ଶୀର୍ଷକ ପ୍ରକାଶ କରିଛି। ଏଭଳି କଏଦୀମାନଙ୍କ ମଧ୍ୟରୁ ସର୍ବାଧିକ ପଞ୍ଜାବ ପ୍ରଦେଶରେ ୨,୫୦୫ରେ ଅଛନ୍ତି, ତା’ପରେ ଖାଇବର ପାଖତୁନ୍‌ଖଓ୍ବା ପ୍ରଦେଶରେ ୨,୩୧୧ କଏଦୀ ଅଛନ୍ତି। ପରିସଂଖ୍ୟାନ କହୁଛି ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ଭୋଗୁଥିବା ୨୬ ପ୍ରତିଶତ କଏଦୀ ପାକିସ୍ତାନରେ ଅଛନ୍ତି।

ଜେପିପି ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପାକିସ୍ତାନରେ ମୃତ୍ୟୁଦଣ୍ଡ ପାଇଥିବା ଲୋକଙ୍କ ସଂଖ୍ୟା ୧୩ ପ୍ରତିଶତ। ଏନ୍‌ଜିଓର ରିପୋର୍ଟ ଅନୁଯାୟୀ, ୨୦୦୪ରୁ ପାକିସ୍ତାନରେ ଅତି କମ୍‌ରେ ୪୫୦୦ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଅର୍ଥାତ ହାରାହାରି, କୋର୍ଟ ପ୍ରତିଦିନ ଏହି ଦଣ୍ଡାଦେଶ ଶୁଣାଇଥିଲେ। ବିଶ୍ୱର ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିବା ପ୍ରତ୍ୟେକ ସପ୍ତମ ବ୍ୟକ୍ତି ଏବଂ ବିଶ୍ୱ ବ୍ୟାପୀ ମୃତ୍ୟୁଦଣ୍ଡ ପାଇଥିବା ପ୍ରତ୍ୟେକ ଅଷ୍ଟମ ବ୍ୟକ୍ତି ଜଣେ ପାକିସ୍ତାନୀ।

ଏହି ରିପୋର୍ଟରେ କୁହାଯାଇଛି, ପାକିସ୍ତାନକୁ ବିଶ୍ୱରେ ମୃତ୍ୟୁଦଣ୍ଡକୁ ସର୍ବାଧିକ ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରୁ ଏକ ବୋଲି ବର୍ଣ୍ଣନା କରାଯାଇଛି। ଯାହାକି ଏକ ଚିନ୍ତାର ବିଷୟ। ଏଥିରେ ତୁରନ୍ତ ଉନ୍ନତିର ଆବଶ୍ୟକତା ଅଛି। ରିପୋର୍ଟରେ କୁହାଯାଇଛି, ଡିସେମ୍ବର ୨୦୧୯ପରଠାରୁ ପାକିସ୍ତାନ ମୃତ୍ୟୁଦଣ୍ଡ ଦେଇନାହିଁ, କିନ୍ତୁ ଏହା ମୃତ୍ୟୁଦଣ୍ଡର ସର୍ବାଧିକ ବ୍ୟବହାରକାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଯେଉଁଠାରେ ୩୧ରୁ ଅଧିକ ଅପରାଧ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?