ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭୯ ଜଣ ଆହତ ହୋଇଛନ୍ତି; ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ।
‘ଦି ଗାର୍ଡିୟାନ’ର ଖବର ଅନୁଯାୟୀ, ସ୍ପେନ ରେଳବାଇ ଅଧିକାରୀମାନେ ଜଣାଇଛନ୍ତି ଯେ ବୁଧବାର ସକାଳେ ଦୁଇଟି ଟ୍ରେନ ପରସ୍ପର ସହ ଧକ୍କା ହେବା ପରେ ମାଦ୍ରିଦ ଏବଂ ଦକ୍ଷିଣ ଅଞ୍ଚଳ ଆଣ୍ଡାଲୁସିଆ ମଧ୍ୟରେ ରେଳ ସେବା ବନ୍ଦ କରିଦିଆଯାଇଛି।
‘ଦି ଗାର୍ଡିୟାନ’ର ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣା ‘ଆଡାମୁଜ’ ରେଳ ଦୁର୍ଘଟଣା ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇପାରେ, ଯେଉଁଥିରେ ୪୬ ଜଣଙ୍କର ଜୀବନ ଯାଇଥିଲା।
‘X’ (ଟୁଇଟର) ରେ ଏକ ପୋଷ୍ଟ ମାଧ୍ୟମରେ ସେ ଜଣାଇଛନ୍ତି ଯେ, ସେ ପରିବହନ ମନ୍ତ୍ରୀ ଏବଂ କାଷ୍ଟିଲା-ଲା ମାଞ୍ଚା (Castilla-La Mancha) ର ସଭାପତିଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବେ ସମନ୍ବୟ ରକ୍ଷା କରୁଛନ୍ତି। ମୋର ସମବେଦନା ଓ ସମର୍ଥନ ସମସ୍ତ ପୀଡ଼ିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହିତ ରହିଛି।

Dharitri – Odisha’s No.1, Most Trusted Odia Daily

Share