ଦ୍ରୁତଗାମୀ ଇସ୍ପାତ ଟ୍ରେନ ସମ୍ପ୍ରସାରଣ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସହରବାସୀ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): ଟିଟିଲାଗଡ଼ରୁ ଜୁନାଗଡକୁ ଇସ୍ପାତ ଟ୍ରେନକୁ ସମ୍ପ୍ରସାରଣ ପାଇଁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଯାଇଛି। ଏନେଇ ଇଷ୍ଟ କୋଷ୍ଟ ରେଲୱେ, ଭୁବନେଶ୍ୱର ପକ୍ଷରୁ ସମ୍ବଲପୁର ଡିଭିଜନର ସିନିୟର ଡିସିଏମଙ୍କୁ ଚିଠି ଯୋଗେ ଜଣାଇଦିଆଯାଇଛି। ଏହି ଇସ୍ପାତ ଟ୍ରେନକୁ ଆସନ୍ତା ୧୯ରେ ଜୁନାଗଡ ରେଳ ଷ୍ଟେଶନରେ ଅପରାହ୍ନ ୩ଟା କଳାହାଣ୍ଡି ଏମପି ମାଳବିକା ଦେବୀଙ୍କ ଦ୍ୱାରା ପତାକା ଦେଖାଇ ଉଦ୍‌ଘାଟନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଇସ୍ପାତ ଟ୍ରେନ ଟିଟିଲାଗଡରୁ ତିନି ଦିନ ଜୁନାଗଡକୁ ସମ୍ପ୍ରସାରଣ କରାଯିବ। ଏହି ଟ୍ରେନ ଟିଟିଲାଗଡ ରୁବାହାରି କେସିଙ୍ଗା, କାଣ୍ଡେଲ, ରୁପ୍ରା, ନର୍ଲା, ଲାଞ୍ଜିଗଡ଼, ଦେଇ ଭବାନୀପାଟଣା ଦେଇ ଜୁନାଗଡରେ ପହଞ୍ଚିବ। କେସିଙ୍ଗା ସିଟିଜେନ ଫୋରମର ସଭାପତି ଡ଼. ହେମ ସାଗର ସାହା, ସମ୍ପାଦକ ବି ଚନ୍ଦ୍ରଶେଖର ଆଚାରିଙ୍କ ସମେତ କଳାହାଣ୍ଡି ଜିଲା ରେଲୱେ ସଂଘ କେସିଙ୍ଗାର ସଭାପତି ସୁବାସ ଜୈନ କେସିଙ୍ଗା ସହରବାସୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁର ଡିଭିଜନର ସିନିୟର ଡିସିଏମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ କେସିଙ୍ଗାରୁ ଭୁବନେଶ୍ୱରକୁ ସିଧା ଏକ ନୂତନ ଟ୍ରେନ ଦେବା ପାଇଁ ସହରବାସୀ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରୁ ରାଜଧାନୀ ଭୁବନେଶ୍ୱରକୁ ସିଧା ଏକ ଟ୍ରେନ ଚଳାଚଳ ଏବଂ ଇସ୍ପାତ ଟ୍ରେନକୁ ଟିଟିଲାଗଡ଼ରୁ ଜୁନାଗଡକୁ ସମ୍ପ୍ରସାରଣ ପାଇଁ ଦୀର୍ଘ ଦିନରୁ କେସିଙ୍ଗା ସିଟିଜେନ ଫୋରମର ସଭାପତି ତଥା ଜେଡ ଏସଏସର ସଦଦ୍ୟ ଡ଼.ହେମ ସାଗର ସାହାଙ୍କ ସମେତ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ,କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଏବଂ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାଶ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦୀର୍ଘ ଦିନରୁ ଦାବି ପତ୍ର ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୦ରେ ଘରକୁ ଆସିବାକୁ କାଟିଥିଲେ ଟିକେଟ: ଗାଁରେ ମୃତଦେହ

ଆଳି,୧୩ା୨(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା କଣ୍ଟିପୁର ଗ୍ରାମର ମାନସ ସାହୁଙ୍କ ପୁଅ ଅନନ୍ତ(୩୭)ଦୁବାଇରେ ପାଣି ପାଇପ ମିସ୍ତ୍ରି କାମ କରୁଥିବା ବେଳେ ଫେବୃଆରୀ…

ସାଇବର ଅପରାଧରୁ କିପରି ଦୂରେଇ ରହିବେ

କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍‌ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍‌…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ଦୁଇ ଦିନ ତଳେ ଇସ୍ତଫା ଦେଇଥିଲେ, ପୁଣି ଦଳକୁ ବାହୁଡିଲେ  ପୂର୍ବରୁ ବିଷମକଟକ ବ୍ଲକରେ…

ରାୟଗଡ଼ା,୧୩।୨(ରଞ୍ଜନ ପଣ୍ଡା): ନୂତନ ଗଠିତ ଜିଲା ବିଜେଡି କମିଟିରେ ଉପସଭାପତି ପଦ ପାଇଥିବା କାଶୀପୁର ବ୍ଲକ ବରିଷ୍ଠ ବିଜେଡି ନେତା ଗଣେଶ ସାଉଁତା ବୁଧବାର ନିଜ ପଦବୀରୁ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଲେଙ୍କାଙ୍କ ବିୟୋଗରେ ଶୋକ

ଦିଗପହଣ୍ଡି, ୧୩।୨(ଅଶେଷ ନାଥ ମିଶ୍ର): ପୂର୍ବତନ କେନ୍ଦ୍ର କୃଷି ଏବଂ ରେଳ ବିଭାଗ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ବିୟୋଗରେ ଦିଗପହଣ୍ଡି କଂଗ୍ରେସ ଦଳ ପକ୍ଷରୁ ଗଭୀର…

ମୋବାଇଲ ସିଡିଆର ପକେଇଲା ଧରା: ଫେରାର ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତା କଡ଼ରେ ଥିବା ଗଣେଶ ରାଇସ୍‌ ମିଲ ନିକଟରୁ ମୁମ୍ବାଇ ସମତାନଗର ଥାନା ପୋଲିସ ଜଣେ ଫେରାର ଅଭିଯୁକ୍ତଙ୍କୁ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଫୋଟୋ ଭାଇରଲ ଧମକ: ବନ୍ଧାହେଲେ ପୋଲିସ ଏଏସ୍‌ଆଇ

ବ୍ରହ୍ମପୁର,୧୩।୨(ସୁବାସଚନ୍ଦ୍ର ପାଢ଼ୀ):ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ବନ୍ଧୁତା ରଖି ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ବ୍ଲାକମେଲ ଅଭିଯୋଗରେ ବନ୍ଧାହେଲେ ଜଣେ ପୋଲିସ ଏଏସ୍‌ଆଇ । ଅଭିଯୁକ୍ତ ଜଣଙ୍କ…

ଚକୋଲେଟ ଲୋଭ ଦେଖାଇ ଶିଶୁ ସହ ଅପ୍ରାକୃତ ଯୌନସମ୍ପର୍କ, ହତ୍ୟା : ଆସିଲା ବଡ଼ ରାୟ

ବ୍ରହ୍ମପୁର,୧୩ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳରେ ଏକ ଶିଶୁପୁତ୍ର ସହ ଅପ୍ରାକୃତ ଯୌନ ସମ୍ପର୍କ ରଖି ହତ୍ୟା କରାଯାଇଥିଲା। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri