Posted inଜାତୀୟ

ୟୁପିରେ ମାତ୍ରାଧିକ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୧୨ା୬(ଆଇଏଏନ୍‌ଏସ୍‌): ୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଉତ୍ତର ପ୍ରଦେଶରେ ଦେଶଦ୍ରୋହ ମାମଲା ଅତ୍ୟଧିକ ମାତ୍ରାରେ ରୁଜୁ ହେଉଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୧୨୪ଏ ଅନୁସାରେ ଶବ୍ଦ, ସଙ୍କେତ କିମ୍ବା ଦୃଶ୍ୟମାନ ଉପସ୍ଥାପନ ସରକାରଙ୍କ ବିରୋଧରେ ଘୃଣା ବିସ୍ତାର କଲେ କିମ୍ବା ଅସନ୍ତୋଷକୁ ଉସୁକାଇଲେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ସହ ଜରିମାନା ହୋଇପାରେ।
ସିଏଏ ବିକ୍ଷୋଭ ଏବଂ ୨୦୨୦ରେ ହାଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ବଳାତ୍କାର ଘଟଣା ପରେ ଦେଶଦ୍ରୋହ ମାମଲା ସଂଖ୍ୟା ବଢ଼ିଥିଲା। ୨୦୨୦ ସେପ୍ଟେମ୍ବରରେ ଦଳିତ ପୀଡ଼ିତାଙ୍କ ମୃତ୍ୟୁ ପରେ ୟୁପି ସରକାର ୧୮ ଅଜ୍ଞାତ ବ୍ୟକ୍ତି ଓ ଅନ୍ୟ ୫ ଜଣଙ୍କ ବିରୋଧରେ ୨୨ ମାମଲା ରୁଜୁ କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଲେଖାଏ ଖବରଦାତା ଓ ରାଜନେତା ଥିଲେ। ପୀଡ଼ିତାଙ୍କ ପରିବାରର ବିନା ଅନୁମତିରେ ତାଙ୍କ ମୃତଦେହ ସଂସ୍କାର କରାଯିବା ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ବିରୋଧରେ ବିକ୍ଷୋଭ ବଢ଼ିଥିଲା। ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ସିଏଏ ବିରୋଧୀ ଅଭିଯାନରେ ସାମିଲ ହେବା ପରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସେହି ପୂର୍ବତନ ଅଫିସର କହିଛନ୍ତି, ଅନେକ ବ୍ୟକ୍ତି ଓ ସଙ୍ଗଠନ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା, ଏହାର ଆଇନଗତ ଦିଗକୁ ନ ବୁଝି। ଅଧିକାରୀମାନେ ନିଜ ରାଜନୈତିକ ବସ୍‌ଙ୍କୁ ଖୁସି କରିବା ପାଇଁ ଏହାକୁ ଦଣ୍ଡବିଧାନର ଚୂଡ଼ାନ୍ତ ମାଧ୍ୟମ ବୋଲି ଧରିନେଇଥିଲେ। କୋର୍ଟରେ ସେଗୁଡ଼ିକ ବିଚାରଯୋଗ୍ୟ ହୋଇ ନ ଥିଲା।
୨୦୧୦ ପରଠୁ ୧୧୫ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୭୭% କେବଳ ଗତ ୩ ବର୍ଷରେ ହୋଇଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ଜାତୀୟତାବାଦ ପ୍ରସଙ୍ଗରେ ରୁଜୁ ହୋଇଥିଲା। ଭାରତ ବିରୋଧୀ ମନ୍ତବ୍ୟ, ଆଲେଖ୍ୟ ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିବା ଅଭିଯୋଗ ଆଣି ଲୋକଙ୍କ ବିରୋଧରେ ଏପରି ମାମଲା ରୁଜୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିବା ୧୪୯ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବା ୧୪୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୪ ତୁଳନାରେ ୨୦୨୦ରେ ୨୮% ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା।
ମନ୍ତବ୍ୟ କିମ୍ବା ଆଲେଖ୍ୟ ହିଂସାମତ୍କ ଉପାୟରେ ସାଧାରଣରେ ଶୃଙ୍ଖଳା ଭଙ୍ଗ କରୁ ନ ଥିଲେ ଦେଶଦ୍ରୋହ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କିନ୍ତୁ ୟୁପି ସରକାର ୨୮ ଜଣ ସିଏଏ ତଥା ହାଥରସ୍‌ ଗଣବଳାତ୍କାର ବିରୋଧୀ ବିକ୍ଷୋଭକାରୀ ଓ ସମାଲୋଚକଙ୍କୁ ଦଣ୍ଡିତ କରିବା ପାଇଁ ଦେଶଦ୍ରୋହ ଆଇନର ଦୁରୁପଯୋଗ କରିଛନ୍ତି। ମୋଦି ଓ ଯୋଗୀଙ୍କ ୧୪୯ ସମାଲୋଚକଙ୍କ ବିରୋଧରେ ଅନୂ୍ୟନ ୧୮ ମାମଲା ରୁଜୁ କରାଯାଇଛି। ସେହି ଅଭିଯୁକ୍ତମାନଙ୍କ ମଧ୍ୟରେ କଂଗ୍ରେସର ଡିଜିଟାଲ ଟିମ୍‌ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରହିଛନ୍ତି। ମେମେ, ଟୁଇଟ୍‌, କାର୍ଟୁନ ଓ ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଦେଶଦ୍ରୋହ ଆଇନ ପରିସରକୁ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri