ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଉନ୍ନତମାନର ଫ୍ଲାଏ ଆଶ୍‌

ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ପରିସରରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁଗୁଡିକୁ ପ୍ରକ୍ରିୟାକରଣ କରାଯାଇ ନୂତନ ମାନର ଫ୍ଲାଏ ଆଶ୍‌ ଇଟା ଉତ୍ପାଦନ କରାଯାଉଛି। ଫଳରେ କମ୍ପାନୀ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ବେଶ୍‌ ଉପକୃତ ଓ ଲାଭବାନ ହେଉଛନ୍ତି। ବିଶେଷକରି କମ୍ପାନୀର ମେଟାଲର୍ଜିକାଲ ଗ୍ରେଡ୍‌ ଆଲୁମିନା ଉତ୍ପାଦନକାରୀ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ ପାଇଁ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହିତ କରୁଛି। ଏପରିକି କମ୍ପାନୀ ସ୍ଥାନୀୟ ଇଟା ଉତ୍ପାଦନକାରୀଙ୍କୁ ଚୂନ ଗ୍ରୀଟ୍‌ ମଧ୍ୟ ଯୋଗାଇଦେଇ ଆସୁଛି। ଏହାଦ୍ୱାରା ଶିଳ୍ପ ଉପ ଦ୍ରବ୍ୟକୁ ଏକ ବୃତ୍ତିଗତ ଅର୍ଥନୀତି ପାଇଁ ମୂଲ୍ୟଯୁକ୍ତ ଉପତ୍ାଦରେ ପରିଣତ ହେବାରେ ସହାୟତା ମଧ୍ୟ ମିଳୁଛି। ସେହିଭଳି ଆଲୁମିନା (ଆଲୁମିନିୟମ ଅକ୍ସାଇଡ୍‌) ଉପତ୍ାଦନ ଲାଗି ଚୂନ ଗ୍ରୀଟ୍‌ ବକ୍ସାଇଟର ଏକ ଉପ ଉତ୍ପାଦ ଭାବେ ଗ୍ରହଣ କରାଯାଇଥାଏ। ବେଦାନ୍ତ ଲାଞ୍ଜିଗଡ଼ ପ୍ରତି ବର୍ଷ ୧୦,୫୦୦ ମେଟ୍ରିକ ଟନ୍‌ ଚୂନ ଗ୍ରୀଟ୍‌ ଉତ୍ପାଦନ କରିଥାଏ। ଯେଉଁଥିରୁ ପ୍ରାୟ ଅଧା କାରଖାନା ମଧ୍ୟରେ ପୁନଃ ବ୍ୟବହାର କରାଯାଇଥାଏ। ଜିପ୍‌ସମ୍‌ ପରି ସମାନ ଗୁଣ ସହ ଚୂନ ଗ୍ରୀଟ୍‌ ହେଉଛି ଶକ୍ତି ଓ ଗୁଣରେ ଇଟା ତିଆରି ପାଇଁ ଏକ ଭଲ ବିକଳ୍ପ ଭାବେ ଉପଲବ୍ଧ। ଏହା ବ୍ୟତୀତ ଗ୍ରାମୀଣ ଶିଳ୍ପଗୁଡ଼ିକ ଲାଭବାନ ହୋଇପାରିବେ। କିଛି ବର୍ଷ ହେଲା କମ୍ପାନୀ ସହଯୋଗରେ ୨୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟ କରୁଛନ୍ତି ବୋଲି ବେଦାନ୍ତ ଲିମିଟେଡ୍‌ର ଡେପୁଟି ସିଇଓ (ଆଲୁମିନା ବିଜ୍‌ନେସ) ଜି. ଜି. ପାଲ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri