ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଉନ୍ନତମାନର ଫ୍ଲାଏ ଆଶ୍‌

ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ପରିସରରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁଗୁଡିକୁ ପ୍ରକ୍ରିୟାକରଣ କରାଯାଇ ନୂତନ ମାନର ଫ୍ଲାଏ ଆଶ୍‌ ଇଟା ଉତ୍ପାଦନ କରାଯାଉଛି। ଫଳରେ କମ୍ପାନୀ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ବେଶ୍‌ ଉପକୃତ ଓ ଲାଭବାନ ହେଉଛନ୍ତି। ବିଶେଷକରି କମ୍ପାନୀର ମେଟାଲର୍ଜିକାଲ ଗ୍ରେଡ୍‌ ଆଲୁମିନା ଉତ୍ପାଦନକାରୀ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ ପାଇଁ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇକୁ ପ୍ରୋତ୍ସାହିତ କରୁଛି। ଏପରିକି କମ୍ପାନୀ ସ୍ଥାନୀୟ ଇଟା ଉତ୍ପାଦନକାରୀଙ୍କୁ ଚୂନ ଗ୍ରୀଟ୍‌ ମଧ୍ୟ ଯୋଗାଇଦେଇ ଆସୁଛି। ଏହାଦ୍ୱାରା ଶିଳ୍ପ ଉପ ଦ୍ରବ୍ୟକୁ ଏକ ବୃତ୍ତିଗତ ଅର୍ଥନୀତି ପାଇଁ ମୂଲ୍ୟଯୁକ୍ତ ଉପତ୍ାଦରେ ପରିଣତ ହେବାରେ ସହାୟତା ମଧ୍ୟ ମିଳୁଛି। ସେହିଭଳି ଆଲୁମିନା (ଆଲୁମିନିୟମ ଅକ୍ସାଇଡ୍‌) ଉପତ୍ାଦନ ଲାଗି ଚୂନ ଗ୍ରୀଟ୍‌ ବକ୍ସାଇଟର ଏକ ଉପ ଉତ୍ପାଦ ଭାବେ ଗ୍ରହଣ କରାଯାଇଥାଏ। ବେଦାନ୍ତ ଲାଞ୍ଜିଗଡ଼ ପ୍ରତି ବର୍ଷ ୧୦,୫୦୦ ମେଟ୍ରିକ ଟନ୍‌ ଚୂନ ଗ୍ରୀଟ୍‌ ଉତ୍ପାଦନ କରିଥାଏ। ଯେଉଁଥିରୁ ପ୍ରାୟ ଅଧା କାରଖାନା ମଧ୍ୟରେ ପୁନଃ ବ୍ୟବହାର କରାଯାଇଥାଏ। ଜିପ୍‌ସମ୍‌ ପରି ସମାନ ଗୁଣ ସହ ଚୂନ ଗ୍ରୀଟ୍‌ ହେଉଛି ଶକ୍ତି ଓ ଗୁଣରେ ଇଟା ତିଆରି ପାଇଁ ଏକ ଭଲ ବିକଳ୍ପ ଭାବେ ଉପଲବ୍ଧ। ଏହା ବ୍ୟତୀତ ଗ୍ରାମୀଣ ଶିଳ୍ପଗୁଡ଼ିକ ଲାଭବାନ ହୋଇପାରିବେ। କିଛି ବର୍ଷ ହେଲା କମ୍ପାନୀ ସହଯୋଗରେ ୨୦ରୁ ଅଧିକ ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟ କରୁଛନ୍ତି ବୋଲି ବେଦାନ୍ତ ଲିମିଟେଡ୍‌ର ଡେପୁଟି ସିଇଓ (ଆଲୁମିନା ବିଜ୍‌ନେସ) ଜି. ଜି. ପାଲ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri