ଅମାନିଆଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ମାସ୍କ୍‌ ନ ପିନ୍ଧିଲେ କରୋନା କେନ୍ଦ୍ରରେ ୧୫ ଦିନ ମାରିବାକୁ ପଡ଼ିବ ଝାଡୁ

ସୁରଟ,୨।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ମାତ୍ର ଏହାକୁ ଅମାନିଆମାନେ ଉଲ୍ଲଂଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ନୂଆ ନିର୍ଦ୍ଦେଶ ଜାରି ହୋଇଛି। ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କୁ କରୋନା କେନ୍ଦ୍ରରେ ଝାଡୁ ମାରିବାକୁ ପଡ଼ିବ। ୧୫ ଦିନ ପର୍ଯ୍ୟନ୍ତ ଦୈନିକ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଝାଡୁ ମାରିବାକୁ ପଡ଼ିବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମ ନାଥ ଏବଂ ବିଚାରପତି ଜେ.ବି. ପର୍ଦ୍ଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି।

Share