ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ: ବ୍ରାହ୍ମଣୀରୁ ବାଲି ଉତ୍ତୋଳନ

ପଟ୍ଟାମୁଣ୍ଡାଇ, ୨୬ା୨( କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠାରୁ ବେଆଇନ ଭାବେ ଦିନରାତି ବାଲି ଚୋରା ଚାଲାଣ ହେଉଛି। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀପଠାରୁ ଅତଡ଼ା ଖାଇ ଗତିପଥ ବଦଳାଇ ଗାଁମୁହାଁ ହେବାରେ ଲାଗିଛି। ଏହା ଦାଣ୍ଡିସାହି ସେତୁ ପ୍ରତି ବିପଦ ଡାକି ଆଣିଛି। କେନ୍ଦ୍ରାପଡ଼ା ଜିଲା ଖଣି ବିଭାଗ ଓ ପଟ୍ଟାମୁଣ୍ଡାଇ ତହସିଲ ମଧ୍ୟରେ ଛକାପଞ୍ଝାର ଫାଇଦା ବାଲି ବ୍ୟବସାୟୀ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ସାମାଜିକ କର୍ମୀ ନରେନ୍ଦ୍ର ଧଳ, କୈଳାସ ସେଠୀ, ବାବୁଲି ମହାନ୍ତି, ଆର୍ତ୍ତତ୍ରାଣ ପାତ୍ର ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀରେ ତହସିଲ ପକ୍ଷରୁ ୩ଟି ବାଲି ସଇରାତକୁ ନିଲାମ ପ୍ରଦାନ କରାଯାଇଛି। ଉକ୍ତ ସଇରାତ ମଧ୍ୟରେ ଅମୃତମଣୋହି, ତରଡ଼ିପାଳ ଓ ଅଳପୁଆ ଆଦି ଅନ୍ତର୍ଭୁକ୍ତ ବୋଲି ରାଜସ୍ବ ବିଭାଗରୁ ସୂଚନା ମିଳିଛି। ସେହି ସଇରାତଗୁଡ଼ିକ ନିଲାମ ସରିଛି। ହେଲେ ଏପର୍ଯ୍ୟନ୍ତ କୌଣସି ସଇରାତରୁ ବାଲି ଉତ୍ତୋଳନ ପାଇଁ ତହସିଲ ପକ୍ଷରୁ ମଞ୍ଜୁରି ଦିଆଯାଇନାହିଁ। ନିଲାମଧାରୀମାନେ କେବଳ ନିଲାମ ପାଇଥିବା ବେଳେ ଆବଶ୍ୟକ କାଗଜପତ୍ର ଦାଖଲ ନ କରି ଦିନରାତି ଟ୍ରାକ୍ଟର, ହାଇୱାରେ ଶତାଧିକ ଟ୍ରିପ ବାଲି ଲୁଟି ଚାଲିଛନ୍ତି। ସେହିପରି ନୀଳକଣ୍ଠପୁର, ତମଳାଶାସନ, ନାଇଆଡିଆ ଓ ଅଳଭା ବ୍ରାହ୍ମଣୀ ନଦୀପଠା ବାଲି ଖାଦାନରୁ ବେଧଡ଼କ ଭାବେ ବେଆଇନ ବାଲି ଚୋରା ଚାଲାଣ ହେଉଛି। ନୀଳକଣ୍ଠପୁର ଖାଦାନରୁ ବାଲି ଉତ୍ତୋଳନ ଯୋଗୁ ନଦୀପଠାରୁ ଅତଡ଼ା ଖାଇ ଗତିପଥ ବଦଳାଇ ଗାଁ ମୁହାଁ ହେଉଛି। ତମଳାଶାସନ ଓ ନାଇଆଡିଆ ବାଲି ସଇରାତର ପାଖରେ ଦାଣ୍ଡିସାହି ସେତୁ ଥିବାରୁ ଏଥିପ୍ରତି ବିପଦ ସୃଷ୍ଟି ହେଉଥିବାରୁ ପ୍ରଶାସନ ପକ୍ଷରୁ ଏଠାରୁ ବାଲି ଉତ୍ତୋଳନ ପାଇଁ ମଞ୍ଜୁରି ଦିଆଯାଇନାହିଁ। ଏହି ସ୍ଥାନରୁ ମେଶିନ ଦ୍ୱାରା ବାଲି ଖନନ ନ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ରହିତାଦେଶ ଏବଂ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ମାତ୍ର କେତେଜଣ ବାଲି ବ୍ୟବସାୟୀ ଜୋରଜବରଦସ୍ତି ମେଶିନ ଲଗାଇ ଦୈନିକ ହାଇଓ୍ବା ଓ ଟ୍ରାକ୍ଟରରେ ବାଲି ଏଠାରୁ ଚୋରା ଚାଲାଣ କରୁଛନ୍ତି। କେଉଁ ମୁହୂର୍ତ୍ତରେ ସେତୁ ଭୁଶୁଡ଼ି ପଡ଼ିବ ସେଭଳି ଆଶଙ୍କା ସୃଷ୍ଟି ହେଉଛି। ବନ୍ୟାପାଣି ଆସିଲେ ନଦୀ ଅବବାହିକାରେ କ୍ଷୟକ୍ଷତି କରୁଥିବାରୁ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲଘୁ ଖଣିଜ ଚୋରି ଉପରେ ଅଙ୍କୁଶ ଲଗାଇବାକୁ ସରକାର ଲଘୁ ଖଣିଜ ସମ୍ପଦକୁ ରାଜସ୍ବ ବିଭାଗ ହାତରୁ କାଢ଼ି ଖଣି ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ଖଣି ବିଭାଗ ଅଧୀନରେ ଲଘୁ ଖଣିଜ ସମ୍ପଦ ପରିଚାଳନା ପାଇଁ କେନ୍ଦ୍ରାପଡ଼ାରେ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଯାଇଛି। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ହୋଇଛି। ପ୍ରତ୍ୟେକ ନଦୀ ଶଯ୍ୟାକୁ ବ୍ୟବସାୟୀ କବ୍‌ଜାକୁ ନେଇ ବାଲି ଖୋଳି ଧ୍ୱଂସ କରିବାରେ ଲାଗିଛନ୍ତି। ମାଟି କଥା ନ କହିବା ଭଲ। ଏଭଳି ସ୍ଥିତିରେ ତହସିଲ କାର୍ଯ୍ୟାଳୟ ଚୁପ ବସିଥିବା ବେଳେ ଖୋଲା ଯାଇଥିବା ଖଣି ବିଭାଗ ଅପାରଗତା ପଦାରେ ପଡିଛି। ଏ ସମ୍ପର୍କରେ ମାଇନିଂ ଅଫିସର ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ପଚାରିବାରେ ଖଣି ବିଭାଗ ପକ୍ଷରୁ ଚୋରା ବାଲି ଗାଡ଼ି ଧରିବାକୁ ଯିବା ସମୟରେ ମାଫିଆମାନେ ନାନା ପ୍ରକାର ଭୟଭୀତ କରାଉଛନ୍ତି। ଏପରିକି ଚଢ଼ାଉ ବେଳେ ବାଲି ଚୋରା ଚାଲାଣକାରୀମାନେ ଦ୍ରୁତଗତିରେ ଆଗରେ ଗାଡ଼ି ନେଇ ଚାଲି ଯାଉଛନ୍ତି। ବହୁ ସମୟରେ ସେମାନେ ଆମ ଗାଡିକୁ ଆଗକୁ ଯିବାକୁ ଦେଉନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ICC vs BCB: ବଢିଲା ବାଂଲାଦେଶର ଟେନସନ, ସରକାର-ଖେଳାଳିଙ୍କ ମଧ୍ୟରେ ବୈଠକ

ଢାକା,୨୨।୧: ବାଂଲାଦେଶ କ୍ରିକେଟ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ପ୍ରଶ୍ନଟି ସରଳ: ବାଂଲାଦେଶ ତାର ଦଳକୁ ଭାରତ...

ଶ୍ରୀମନ୍ଦିରକୁ ବୋମା ଧମକ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ପରେ…

ପୁରୀ,୨୨।୧: ଶ୍ରୀମନ୍ଦିରକୁ ବୋମା ଧମକ। ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ମାମଲାରେ ଜଣକୁ ପୋଲିସ ଅଟକ ରଖିଛି । ଜୁଲି ରାଣୀ ପଣ୍ଡା ନାମକ ଏକ...

‘ଖୁବ ଶୀଘ୍ର ଭାରତ ସହ ହେବ ବଡ଼ ଡିଲ’, ଡାଭୋସରେ ମୋଦିଙ୍କୁ ଏମିତି ପ୍ରଶଂସା କଲେ ଟ୍ରମ୍ପ ସଭିଏଁ ଆଶ୍ଚର୍ଯ୍ୟ!

ଡାଭୋସ,୨୨।୧: ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ପ୍ରମୁଖ...

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri