Posted inଜାତୀୟ

ଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

କୋଲକାତା/ନୂଆଦିଲ୍ଲୀ,୨୩ା୪: ଭାରତ କୋଭିଡ୍‌-୧୯କୁ ପରାଜିତ କରିଦେଇଛି ବୋଲି ଅନେକଙ୍କ ଭ୍ରାନ୍ତ ଧାରଣା ଥିଲା। ଏବେ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସରିଯାଇଛି ଆଉ ଶବାଗାରରେ ଗଦାଗଦା ମୃତଦେହ ପଡ଼ିରହିଛି। ଦେଶ ଏକ ଚରମ ଦୁର୍ଦ୍ଦଶାର ଟ୍ରାଜେଡିକୁ ଅଙ୍ଗେ ନିଭାଉଛି। ଭୂତାଣୁର ଅଭୂତପୂର୍ବ ସଂକ୍ରମଣ ପାଇଁ ଏକ ଭିନ୍ନ ଭାରିଆଣ୍ଟକୁ ଦାୟୀ କରାଯାଉଛି। ଅନ୍ୟପକ୍ଷେ ମହାମାରୀ ଯାଇନାହିଁ ଏବଂ ସତର୍କ ନ ହେଲେ ଆଗକୁ ଭେଳା ବୁଡ଼ିବ ବୋଲି ନିର୍ବାଚନ ପ୍ରଚାରରେ ମାତିଥିବା ନେତାମାନେ ଭୋଟରଙ୍କୁ ବୁଝାଇବାକୁ ଚାହିଁଲେ ନାହିଁ। ଶତ୍ରୁ କରୋନା ଉପରେ ବିଜୟ ଲାଭ କରାଯାଇଥିବା ଅପରିପକ୍ୱ ଭାବେ ଘୋଷଣା କରାଗଲା ଏବଂ ସାରା ଦେଶରେ ସେହି ଉତ୍‌ଫୁଲ୍ଲିତ ମନୋଭାବର ପ୍ରଚାର କରାଗଲା। ବିଶେଷକରି ଅର୍ଥନୀତି ତା’ ବାଟରେ ଗଡ଼ୁ ବୋଲି ଅଧିକ ଆଗ୍ରହୀ ଥିବା ନେତା ନିର୍ବାଚନ ପ୍ରଚାରରେ ମାତିଲେ। ଏହା ହିଁ ଭାଇରସ୍‌କୁ ପୁଣି ଥରେ ମୁଣ୍ଡ ଟେକିବାକୁ ସୁଯୋଗ ଦେଲା। ପରିଣାମସ୍ବରୂପ ଅଗଣିତ ମତଦାତା, କର୍ମୀ ଓ ପ୍ରାର୍ଥୀ ଦଶା ଭୋଗୁଛନ୍ତି। ସମ୍ଭବତଃ ଏଇଥିପାଇଁ ଟୁଇଟରରେ ‘ହ୍ୟାସ୍‌ଟ୍ୟାଗ୍‌ ମୋଦି ମେଡ୍‌ ଡିଜାଷ୍ଟର’ ଟ୍ରେଣ୍ଡ କରୁଛି।
ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ହଜାର ହଜାର ଜୀବନ ଯାଉଛି। ଏଭଳି ସମୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ୮ ପର୍ଯ୍ୟାୟରେ କରାଇବା ଘଟଣାକୁ ନେଇ କୋଲକାତା ହାଇକୋର୍ଟ ଗୁରୁବାର ନିର୍ବାଚନ କମିଶନ (ଇସି)ଙ୍କୁ ଭର୍ତ୍ସନା କରିଛନ୍ତି। ସେଠାରେ ପ୍ରତିଦିନ ବିଶାଳ ନିର୍ବାଚନୀ ରାଲି ଅନୁଷ୍ଠିତ ହେଉଛି, ଯେଉଁଥିରେ ଲକ୍ଷାଧିକ ଲୋକ ଯୋଗ ଦେଉଛନ୍ତି। ଏହି ର଼୍ୟାଲିଗୁଡ଼ିକ ଭୂତାଣୁର ସୁପର-ସ୍ପ୍ରେଡର ପାଲଟିଥିବା ନେଇ ଅଦାଲତ ଉଦ୍‌ବେଗ ପ୍ରକାଶ କରିବା ସହ ଏବାବଦରେ ଇସି ବିଶେଷ କିଛି କରୁ ନ ଥିବା ଅନୁଭବ କରିଛନ୍ତି। ନିର୍ବାଚନ କମିଶନଙ୍କର ଯଥେଷ୍ଟ କ୍ଷମତା ରହିଛି। ତେବେ କରୋନା ସମୟରେ ଏହି ସଂସ୍ଥା କ’ଣ କରୁଛି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଇସି କେବଳ ସର୍କୁଲାର ଜାରି କରି ଏହାକୁ ଲୋକଙ୍କ ଉପରେ ଛାଡ଼ିଦେଉଛନ୍ତି। ପୂର୍ବତନ ନିର୍ବାଚନ କମିଶନର ଟି.ଏନ୍‌. ଶେଷାନ ଯାହା କରିଥିଲେ, ଏବେ ଇସି ତା’ର ୧୦ ଭାଗରୁ ଭାବେ କାର୍ଯ୍ୟ କରୁ ନ ଥିବା ହାଇକୋର୍ଟ କହିଛନ୍ତି।
୯୦ ଦଶକରେ ଶେଷାନ ନିର୍ବାଚନ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲେ। ସେ ନିର୍ବାଚନୀ ଆଚରଣ ବିଧିକୁ କଠୋର ଭାବେ ଲାଗୁ କରିଥିଲେ, ଯେଉଁଥିପାଇଁ ଦୀର୍ଘବର୍ଷ ହେଲା ସେ ଚର୍ଚ୍ଚିତ ହୋଇ ରହିଛନ୍ତି। ସେତେବେଳର ନିର୍ବାଚନ କମିଶନର ନିରପେକ୍ଷ, ସମ୍ମାନିତ ଓ ଦୁଃସାହସୀ ଥିଲେ, ଯାହା ବର୍ତ୍ତମାନର ନିର୍ବାଚନ କମିଶନରଙ୍କ ପାଖରେ ଦେଖାଯାଉନାହିଁ ବୋଲି ୩ଟି ପିଟିଶନର ଶୁଣାଣି ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରିବାର ସାମ୍ବିଧାନିକ କ୍ଷମତା ଇସିଙ୍କର ନ ଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ ୩ ପର୍ଯ୍ୟାୟ ନିର୍ବାଚନକୁ ଏକତ୍ର କରିବା ଲାଗି ଟିଏମ୍‌ସି ନେତା ଡେରେକ୍‌ ଓ’ବ୍ରିଏନ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କରିଥିବା ଆବେଦନକୁ କମିଶନ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କୋଭିଡ୍‌ ନିରାପତ୍ତା ନିୟମାବଳୀ ଜାରି ହୋଇଥିବା ଇସି କହିଥିଲେ। ଇସି ନିର୍ବାଚନ ପ୍ରଚାର ସମୟ କମାଇଦେବା ସହ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri