Categories: ଜାତୀୟ

ୟୁପିର ୫ ସହରରେ ହାଇକୋର୍ଟଙ୍କ ଲକ୍‌ଡାଉନ ନିର୍ଦ୍ଦେଶ ; ମାନିବାକୁ ମନା କଲେ ରାଜ୍ୟ ସରକାର

ଲକ୍ଷ୍ନୌ,୧୯।୪ : ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ୫ଟି ସହରରେ ସୋମବାର ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଲାହାବାଦ୍‌ ହାଇକୋର୍ଟ। ରାଜଧାନୀ ଲକ୍ଷ୍ନୌ ସମେତ ପ୍ରୟାଗରାଜ, ବାରଣାସୀ, କାନପୁର ଓ ଗୋରଖପୁର ଏହି ତାଲିକାରେ ରହିଛି। କିନ୍ତୁ ଏହାକୁ ମାନିବାକୁ ମନା କରି ଦେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାର ମହାମାରୀକୁ ଯେଉଁଭଳି ନିୟନ୍ତ୍ରଣ କରୁଛନ୍ତି, ତାହାକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ଏଥି ସହିତ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ, ଶପିଂ ମଲ, ସରକାରୀ ଓ ବେସରକାରୀ ଅଫିସ, ଧାର୍ମିକ କାର୍ଯ୍ୟାକଳାପ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

Share