ତପସ୍ବିନୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ବିନୀ ଦାଶ- ସୁମିତ୍‌ ସାହୁ ବିବାହ ବିବାଦ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ୍‌ ରଖିଛନ୍ତି। ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେବୃୟାରୀ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପ୍ରଦାନ ପାଇଁ ସୁମିତ୍‌ଙ୍କୁ ନିର୍ଦ୍ଦେଶ ହୋଇଥିଲା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁମିତ୍‌ ହାଇକୋର୍ଟ ଯାଇଥିଲେ ।