ହାଇକୋର୍ଟ ବିଚାରପତିଙ୍କ ବ୍ରହ୍ମପୁର ଗସ୍ତ: କୋର୍ଟର ସୁରକ୍ଷା ଅନୁଧ୍ୟାନ

ବ୍ରହ୍ମପୁର ଅଫିସ,୩।୧୨: ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟକଲ ଜଜ ଡ.ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି। ସେ ଏହି ଅବସରରେ ଜିଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ସ୍ଥାପନ ହୋଇଥିବା ବ୍ୟାଙ୍କ ଏଟିଏମ୍‌ ଏବଂ ଚଲାପଥ କରିଡରକୁ ଉଦ୍‌ଘାଟନ୍‌ କରିଥିଲେ। ପରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଯାଇ ପାରିପାଶର୍‌ବିକ ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଗୋଟିଏ ସପ୍ତାହରେ କୋର୍ଟ ପରିସରରେ ଦୁଇ ଦୁଇଟି ଅଘଟଣକୁ ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ।