Categories: ଜାତୀୟ

ଲଭ୍‌ ଜିହାଦ ମାମଲାରେ ଯୁବତୀଙ୍କୁ ଧୋକା ଦେବାର ପ୍ରମାଣ ଜରୁରୀ ବୋଲି କହିଲେ ହାଇକୋର୍ଟ…

ଅହମଦାବାଦ୍‌,୧୯।୮: ଲଭ୍‌ ଜିହାଦ ଉପରେ ଗୁଜରାଟ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜ୍ୟର ଲଭ ଜିହାଦ ଆକ୍ଟର କିଛି ଧାରା ଉପରେ କୋର୍ଟ ରୋକ ଲଗାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯଦି ଏହା ପ୍ରମାଣିତ ନ ହୁଏ ଯେ ଯୁବତୀଙ୍କୁ ଧୋକା ଦିଆଯାଇଛି, ତେବେ ଏପରିସ୍ଥଳେ କୌଣସି ଏଫ୍‌ଆଇଆର୍‌ କରାଯିବ ନାହିଁ। ହେବା ଉଚିତ୍ ନୁହେଁ।
ଏହାପୂର୍ବରୁ ମଙ୍ଗଳବାର ଶୁଣାଣିରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଯୁକ୍ତି ବାଢ଼ିଥିଲେ ଯେ ରାଜ୍ୟରେ ଆନ୍ତଃଧର୍ମ ବିବାହ ଉପରେ କୌଣସି ପ୍ରତିବନ୍ଧକ ନାହିଁ। କିନ୍ତୁ ବିବାହ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନର ମାଧ୍ୟମ ହୋଇପାରିବ ନାହିଁ। ବିବାହ ମାଧ୍ୟମରେ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ସହ ଜଡିତ ନୂତନ ଦୁଇଟି ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି କରାଯାଇଥିଲା। ଏଥିରେ ଆଇନରେ ନୂତନ ପ୍ରଣୟନ କରାଯାଇଥିବା ସଂଶୋଧନ ଅଧିନିୟମକୁ ଚ୍ୟାଲେଞ୍ଜ କରାଯାଇଥିଲା। ୨୦୨୧ ଜୁନ୍‌ ୧୫ରେ ଗୁଜରାଟରେ ଲଭ ଜିହାଦ ଆକ୍ଟ ପ୍ରଣୟନ ହୋଇଥିଲା। ବିବାହରେ ଠକେଇ କିମ୍ବା ବାଧ୍ୟତାମୂଳକ ଧର୍ମାନ୍ତରଣ ପାଇଁ ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି। ଧାର୍ମିକ ସ୍ବତନ୍ତ୍ରତା ଆକ୍ଟ ୨୦୦୩ରେ ସଂଶୋଧନ ଦ୍ୱାରା ଏହି ନୂଆ ଆଇନକୁ ରାଜ୍ୟରେ ପ୍ରଣୟନ କରାଯାଇଛି।

Share