Categories: ଜାତୀୟ

ସମଲିଙ୍ଗୀ ବିବାହ ନେଇ କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍‌ ଜାରି …

ନୂଆଦିଲ୍ଲୀ,୬।୭: ସମଲିଙ୍ଗୀ ବିବାହକୁ ନେଇ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ନେଇ କହିଥିଲେ ଯେ, ଦେଶର ଆଇନ ବ୍ୟବସ୍ଥା ଏବଂ ସାମାଜିକ ବୈବାହିକ ପରମ୍ପରାକୁ ଦୃଷ୍ଟିରେ ରଖି ଏହାକୁ ମାନ୍ୟତା ଦିଆଯାଇ ପାରିବ ନାହିଁ। ଭାରତୀୟ ଆଇନ ବ୍ୟବସ୍ଥା ଏବଂ ପାରିବାରିକ ସମ୍ପର୍କ କେବଳ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ମାନ୍ୟତା ଦେଇଥାଏ ବୋଲି କେନ୍ଦ୍ର ସରକାର କୋର୍ଟରେ ଏହି ପ୍ରସଙ୍ଗରେ ଜବାବ୍‌ ଦାଖଲ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧ ପରେ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ରେ କରାଯିବ।

Share